ଅଲକାନନ୍ଦା ନଦୀ ଭିତରକୁ ଖସି ପଡିଲା ଟ୍ରାଭେଲର : ୧୦ ମୃତ

ଡେରାଡୁନ : ନଦୀ ଭିତରକୁ ଖସି ପଡିଲା ଟ୍ରାଭେଲର । ଏପରି ଏକ ବଡ଼ ସଡ଼କ ଦୁର୍ଘଟଣା ଘଟିଛି ଉତ୍ତରାଖଣ୍ଡର ବଦ୍ରିନାଥ ରାଜପଥରେ । ଯାତ୍ରୀମାନଙ୍କୁ ନେଇ ଯାଉଥିବା ଏକ ଟେମ୍ପୋ ଟ୍ରାଭେଲର୍ ଗାଡି ନିୟନ୍ତ୍ରଣ ହରାଇ ଅଲକାନନ୍ଦା ନଦୀ ମଧ୍ୟକୁ ଖସିପଡିଥିଲା । ଏହି ଦୁର୍ଘଟଣାରେ ପ୍ରାୟ ୧୦ ଜଣଙ୍କର ମୃତ୍ୟୁ ହୋଇଥିବା ଜଣାପଡ଼ିଛି । ଏଥିରେ ୭ଜଣ ଆହତ ହୋଇଥିବା କୁହାଯାଉଛି । ଘଟଣାସ୍ଥଳରେ ଉଦ୍ଧାର କାର୍ଯ୍ୟ ଚାଲିଥିବା କୁହାଯାଉଛି । ନିଖୋଜ ଲୋକଙ୍କୁ ଖୋଜିବା ପାଇଁ ପ୍ରୟାସ କରାଯାଉଛି । ବଦ୍ରିନାଥ ରାଜପଥରେ ଥିବା ରେଣ୍ଟୋଲି ନିକଟରେ ଏହି ଦୁର୍ଘଟଣା ଘଟିଛି, ଯେଉଁଠାରେ ଟ୍ରାଭେଲର୍ ଗାଡିଟି ହଠାତ୍ ନିୟନ୍ତ୍ରଣ ହରାଇ ଅଲକାନନ୍ଦା ନଦୀ ମଧ୍ୟରେ ଖସିପଡିଥିଲା ।

Leave A Reply

Your email address will not be published.