କରାଟେ ଓ ଟାଇକଣ୍ଡୋ ସଂଘର ସମର କ୍ୟାମ୍ପ ଉଦ୍‌ଯାପିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା କରାଟେ ଅର୍ଗାନାଇଜେସନ ଓ ବଲାଙ୍ଗିର ଜିଲ୍ଲା ଟାଇକଣ୍ଡୋ ସଂଘର ମିଳିତ ଉଦ୍ୟମରେ ପି.ପି. ଏକାଡେମୀରେ ଚାଲିଥିବା ସମର କ୍ୟାମ୍ପ ଆଜି ଉଦ୍‌ଯାପିତ ହୋଇଯାଇଛି । କରାଟେ ତଥା ଟାଇକଣ୍ଡୋ କୋଚ୍‌ ଅସୀମ କୁମାର ଭୋଇଙ୍କ ନେତୃତ୍ୱରେ ଅନୁଷ୍ଠିତ ଉଦ୍‌ଯାପନୀ ଉତ୍ସବରେ ମୁଖ୍ୟ ଅତିଥି ରୂପେ ପୌର ଅଧ୍ୟକ୍ଷା ଲିକା ସାହୁ, ସମ୍ମାନିତ ଅତିଥି ଭାବେ ଜିଲ୍ଲା କ୍ରୀଡା ଅଧିକାରୀ ପରାଶର ବାଗ ଓ ସଦର ଏସ୍‌ଡିପିଓ ପ୍ରଦୀପ ସାହୁ ଯୋଗ ଦେଇଥିଲେ । ଆଗାମୀ ଦିନରେ ଏହି କରାଟେ ଅନୁଷ୍ଠାନର ଭିତ୍ତିଭୂମିର ବିକାଶ ନିଶ୍ଚୟ କରାଯିବ ବୋଲି ମୁଖ୍ୟ ଅତିଥି ତାଙ୍କ ବକ୍ତବ୍ୟରେ ପ୍ରକାଶ କରିଥିଲେ । ଏ ସଂଗଠନର ଛାତ୍ରଛାତ୍ରୀମାନେ କରାଟେ ଓ ଟାଇକଣ୍ଡୋ ଖେଳରେ ଯଦିଓ ଭଲ ପ୍ରଦର୍ଶନ କରି ବଲାଙ୍ଗିରର ସୁନାମ ଅର୍ଜନ କରିଛନ୍ତି, କିନ୍ତୁ ଉପଯୁକ୍ତ ଭିତ୍ତିଭୂମିର ଅଭାବ ଯୋଗୁଁ ତାଙ୍କ ସ୍ୱପ୍ନ ସାକାର ହୋଇ ପାରୁନଥିବାରୁ ଏହି ସଂଗଠନର ଭିତ୍ତିଭୂମିର ବିକାଶ ପାଇଁ ଜିଲ୍ଲାପାଳଙ୍କ ଦୃଷ୍ଟି ଆକର୍ଷଣ କରାଯିବ ବୋଲି ଜିଲ୍ଲା କ୍ରୀଡାଅଧିକାର ତାଙ୍କ ବକ୍ତବ୍ୟରେ କହିଛନ୍ତି । ପୋଲିସ ବିଭାଗରେ କରାଟେ ଓ ଟାଇକଣ୍ଡୋ କ୍ରୀଡାକୁ ଅଧିକ ପ୍ରାଧାନ୍ୟ ଦିଆଯାଏ ବୋଲି ସଦର ଏସ୍‌ଡିପିଓ କହିଛନ୍ତି । ବିଗତ ଦିନରେ ପୂର୍ବତନ ଜିଲ୍ଲାପାଳ ଚଂଚଳ ରାଣାଙ୍କ ପ୍ରଶଂସା ଆମକୁ ଭଲ ମଣିଷ ତଥା ଭଲ କ୍ରୀଡାବିତ୍ ତିଆରି କରିବାର ପ୍ରେରଣା ପ୍ରଦାନ କରୁଛି ବୋଲି ଅସୀମ ଭୋଇ କହିଛନ୍ତି । ଏହି କାର୍ଯ୍ୟକ୍ରମକୁ ଭାଗ୍ୟ ଗର୍ଗ ପରିଚାଳନା କରିଥିଲେ ।

jittmm
Leave A Reply

Your email address will not be published.