ନିଷ୍ଠା ପରିବାର ଦ୍ୱାରା ଅସହାୟ ବୃଦ୍ଧ ଉଦ୍ଧାର : ଚିକିତ୍ସାଧୀନ ଅବ‌ସ୍ଥାରେ ମୃତ୍ୟୁୁ

ବରଗଡ଼, (ସତ୍ୟନାରାୟଣ ପଧାନ) : ଆଜି କାହିଁକି ଅଲୋଡା ବୃଦ୍ଧ ବାପା ମା’, ଏ ପ୍ରଶ୍ନ ବାରମ୍ବାର ଆମକୁ ଆନ୍ଦୋଳିତ କରେ । ଏଭଳି ଜଣେ ଅଲୋଡ଼ା ବୃ‌ଦ୍ଧ ନି‌ଷ୍ଠା ପରିବାର ‌ଦ୍ୱାରା ଉ‌ଦ୍ଧାର ହୋଇଛ‌ନ୍ତି । ଗତ ୫ ତାରିଖ ଦିନ ବରଗଡ ରେଳ ଷ୍ଟେସନ ପାଖରେ ହାଡଭଙ୍ଗା ଶୀତରେ ରୋଡ ସାଇଡରେ ପଡିଥିଲେ ଜଣେ ଅଜଣା ବୃଦ୍ଧ । ବୟସ ୭୫ବର୍ଷରୁ ଅଧିକ ହେବ । ସକାଳୁ ସକାଳୁ ସନ୍ଦୀପ ନାମକ ଜଣେ ଭାଇ ନିଷ୍ଠା ପରିବାରକୁ ଫୋନ କରି ଏହି ଖବର ଦେଲେ । ତୁରନ୍ତ ଟମି୍‌ ନିଷ୍ଠା ପହଞ୍ଚିଥିଲା ଘଟଣାସ୍ଥଳକୁ ଏବଂ ୧୦୮ ଆମ୍‌ମ୍ବୁଲାନ୍‌ନ୍ସ ଯୋଗେ ଉଦ୍ଧାର କରିଥିଲା ବୃ‌ଦ୍ଧ‌ଙ୍କୁ । ତାଙ୍କ ସ୍ବାସ୍ଥ୍ୟବସ୍ଥା ଅତ୍ୟନ୍ତ ସଂକଟାପନ୍ନ ଥିଲା । ପ୍ରାଥମିକ ଚିକିତ୍ସାର କିଛି ସମୟ ପରେ ତାଙ୍କ ମୃତ୍ୟୁ ହୋଇଥିଲା । ଯଦି କେହି ତାଙ୍କର ପରିଚୟ ପାଆନ୍ତି, ତେବେ ଅଶ୍ବିନୀ ତ୍ରିପାଠୀ, ସଂପାଦକ – ନିଷ୍ଠା ପରିବାର, ମୋ.ନଂ. ୯୯୩୭୧୭୪୩୩୨ ରେ ଜଣାଇବାକୁ ବିନମ୍ର ନିବେଦନ କରାଯାଇଛି ।

Leave A Reply

Your email address will not be published.