ଏସ୍‌ପିଙ୍କ ଗାଡ଼ିକୁ ପିଟିଲା ଟ୍ରକ

ଭଦ୍ରକ, (କେପିଏନ୍‌ଏସ୍‌) : ଏସ୍‌ପିଙ୍କ ଗାଡିକୁ ପିଟିଲା ଟ୍ରକ ବୋଳି ଖବର ମିଳିଛି । ସୂଚନା ଯୋଗ୍ୟ ଯେ, ଭଦ୍ରକ ଏସ୍‌ପି ଚରଣ ସିଂ ତା‌ଙ୍କ ଡ୍ରାଇଭର‌ଙ୍କ ସହ ୧୬ ନମ୍ବର ଜାତୀୟ ରାଜପଥରେ ଯାଉଥିବା ବେଳେ ଭଣ୍ଡାରିପୋଖରୀ ଛକ ନିକଟରେ ଏକ ଟ୍ରକ ତା‌ଙ୍କ ଗାଡିକୁ ପିଟିଦେଇଥିଲା ଫଳରେ ଅଳ୍ପକେ ବର୍ତ୍ତିଯାଇଛନ୍‌ନ୍ତି ଭଦ୍ରକ ଏସ୍‌ପି ଓ ତା‌ଙ୍କ ଗାଡି ଡ୍ରାଇଭର । ଘଟଣା ସ୍ଥଳରେ ଦୁର୍ଘଟଣା ଘଟାଇଥିବା ଟ୍ରକ ସହ ଡ୍ରାଇଭରକୁ ଅଟକ ରଖିଛି ଭଣ୍ଡାରିପୋଖରୀ ପୋଲିସ ।

Leave A Reply

Your email address will not be published.