csstore

କେଜିଏନ୍ ସୋସାଇଟି ତରଫରୁ ଉଠା ଦୋକାନ ପୋଡି କ୍ଷତିଗ୍ରସ୍ତଙ୍କ ଭିତରୁ କିଛି ଦୋକାନୀଙ୍କୁ ସହାୟତା ରାଶି ପ୍ରଦାନ

ଟିଟିଲାଗଡ଼, (ସଞ୍ଜୟ କୁମାର ନାୟକ) : କିଛି ଦିନ ପୂର୍ବେ ଟିଟିଲାଗଡ଼ ଥାନା ସମ୍ମୁଖରେ ଥିବା ଉଠା ଦୋକାନ ପୋଡି ଘଟଣା ଅଞ୍ଚଳରେ ଚହଳ ପକାଇଥିଲା । ତେବେ ସେହି ଉଠା ଦୋକାନୀ ମାନଙ୍କର ବହୁତ ସାମଗ୍ରୀ ପୋଡ଼ି ନଷ୍ଟ ହୋଇଯାଇଥିଲା । ଏହାକୁ ହୃନ୍ଦୟଙ୍ଗମ କରି ଟିଟିଲାଗଡ଼ କେଜିଏନ୍ ସମାଜ ଅଗ୍ନିକାଣ୍ଡରେ ପ୍ରଭାବିତ ହୋଇଥିବା ରୋଡ ସାଇଡ୍ ଦୋକାନୀ ମାନଙ୍କୁ ସାହାଯ୍ୟର ହାତ ବଢ଼ାଇଛନ୍ତି । ଯେଉଁ ମାନଙ୍କ ଦୋକାନ ପୋଡି ହୋଇଯାଇଥିଲା ସେ ଭିତରୁ କିଛି ଦୋକାନୀ ଅବ୍ଦୁଲ୍ ୱାହିଦ୍, ପରମେଶ୍ୱର ବେହେରା, ଏମ୍‌ଡି ଇସ୍ତିହାକ୍ ଖାନ୍ ଏବଂ ଇକ୍ରାମ୍ ଖାନଙ୍କୁ ତାଙ୍କର ବ୍ୟବସାୟ ପୁନଃ ଆରମ୍ଭ କରିବା ଓ ହୋଇଥିବା କ୍ଷତିରୁ ମୁକ୍ତି ପାଇବା ପାଇଁ ୧୫,୦୦୦ ଟଙ୍କାର ଆର୍ଥିକ ସହାୟତା ପ୍ରଦାନ କରାଯାଇଛି । କେଜିଏନ୍ ସମାଜର ଅଧ୍ୟକ୍ଷ ହିଫ୍ଜୁଲ୍ ରହମାନ୍, ସଚିବ ଇଂ. ଏମ୍‌ଡି ଆବାସ୍ ଖାନ୍, ଉପାଧ୍ୟକ୍ଷ ଏହେମଦ୍ ଅଲି ଏବଂ କୋଷାଧ୍ୟକ୍ଷ ରାଜୁ ମେମନ ଏହି କାର୍ଯ୍ୟ ପାଇଁ ଆଗକୁ ବଢ଼ି ଥିବା ବେଳେ ସେମାନଙ୍କୁ କାର୍ଯ୍ୟନିର୍ବାହୀ ସଦସ୍ୟମାନେ ନାଦିମ୍ ଖାନ୍, ଏମ୍‌ଡି ଶଫିକ୍ ଏବଂ ଏମ୍‌ଡି ଗୁଫ୍ରାନ୍ ସମର୍ଥନ ଦେଇଥିଲେ । ଯାହାକି ଆଜିର ଯୁଗରେ ମାନବ ସେବା ହିିଁ ମାଧବ ସେବା ବୋଲି କୁହାଯାଇଥାଏ ।

jayashree
Leave A Reply

Your email address will not be published.