ସୁରୁଖୁରୁରେ ଭୋଟ ଗଣତି ପାଇଁ ସାମ୍ବାଦିକଙ୍କ ସହଯୋଗ ଲୋଡିଲା ପ୍ରଶାସନ

ବୌଦ୍ଧ, (ଜୟାନନ୍ଦ ମିଶ୍ର) : ବୌଦ୍ଧର ଦୁଇଟି ନିର୍ବାଚନ ମଣ୍ଡଳୀ ଗୋଟିଏ ବୌଦ୍ଧ ନିର୍ବାଚନ ମଣ୍ଡଳୀ (୮୬) ଅନ୍ୟଟି କଣ୍ଟାମାଳ ନିର୍ବାଚନ ମଣ୍ଡଳୀ(୮୫), ଦୁଇଟି ନିର୍ବାଚନ ମଣ୍ଡଳୀର ଭୋଟ ଗଣତି ଆସନ୍ତା ୪ ତାରିଖରେ ସ୍ଥାନୀୟ ପଂଚାୟତ ମହାବିଦ୍ୟାଳୟରେ ହେବାକୁ ଥିବାରୁ କଣ୍ଟାମାଳ ନିର୍ବାଚନ ମଣ୍ଡଳୀ ପାଇଁ ୧୪ଟି ଟେବୁଲ ଥିବାବେଳେ ପୋଷ୍ଟାଲ ବାଲଟ ପାଇଁ ୩ଟି ଟେବୁଲର ବ୍ୟବସ୍ଥା କରାଯାଇଛି ଓ ବୌଦ୍ଧ ନିର୍ବାଚନ ମଣ୍ଡଳୀ ପାଇଁ ୧୨ଟି ଟେବୁଲ ଥିବାବେଳେ ପୋଷ୍ଟାଲ ବାଲଟ ପାଇଁ ୩ଟି ଟେବୁଲ ବ୍ୟବସ୍ଥା କରାଯାଇଥିବା ଉପଜିଲ୍ଲାପାଳ ଓ ଅତିରିକ୍ତ ଜିଲ୍ଲାପାଳ ଗଣମାଧ୍ୟମକୁ ସୂଚନା ଦେଇ ଭୋଟ ଗଣତିରେ ସହଯୋଗ ପାଇଁ ଅନୁରୋଧ କରିଥିଲେ । ସାମ୍ବାଦିକ ସମ୍ମିଳନୀରେ ସୂଚନା ଓ ଲୋକସମ୍ପର୍କ ଅଧିକାରୀଙ୍କ ସମେତ ଗଣମାଧ୍ୟମ ପ୍ରତିନିଧିମାନେ ଉପସ୍ଥିତ ଥିଲେ ।

Leave A Reply

Your email address will not be published.