କୁକୁର କାମୁଡ଼ାରେ ଶିଶୁ ଓ ବୃଦ୍ଧ ଗୁରୁତର

ନୂଆପଡ଼ା, (ନିରାକାର ମେହେର) : ଗାଁ ଗୁଡିକରେ ଦିନକୁ ଦିନ ବୁଲା କୁକୁରଙ୍କ ସଂଖ୍ୟା ବଢିବାରେ ଲାଗିଥିବା ବେଳେ ଏହାର ପ୍ରଭାବ ଲୋକଙ୍କ ଉପରରେ ପଡୁଛି । ଏବଂ ଏହା ଦେଖିବାକୁ ମିଳିଛି ନୂଆପଡ଼ା ଜିଲ୍ଲା ସିନାପାଲି ବ୍ଲକ ଅନ୍ତର୍ଗତ କଇଁଟପଦର ଗ୍ରାମପଞ୍ଚାୟତ ଅଧିନରେ ଥିବା ଛୋଟଦର୍ଲିପଡ଼ାରେ । ସୂଚନା ଅନୁଯାୟୀ, ଆଜକୁ ଅନେକ ଦିନ ହେବ ବୁଲା କୁକୁରମାନେ ଛୋଟ ଶିଶୁ ଠାରୁ ଆରମ୍ଭ କରି ବୃଦ୍ଧ, ବୃଦ୍ଧାମାନଙ୍କୁ ଶିକାର କରୁଛନ୍ତି । ଏବଂ ଅତି ନିର୍ମମ ଭାବରେ ଆକ୍ରମଣ କରି ଲହୁ ଲୁହାଣ କରି ଦେଇଥିବା ଦେଖିବାକୁ ମିଳିଛି । ସେହି ଭଳି ନିଜ ଘର ଆଗରେ ଛୋଟଦର୍ଲିପଡ଼ା ଗାଁର ଶରତ ଶୁନାନୀଙ୍କ ପୁଅ ଶାହିଲ ଶୁନାନୀ (୩) ଠିକ୍‌ ସେହି ଭଳି ଗାଁର ରିଖିରାମ ଜଗତ (୭୦)ଙ୍କୁ ମଧ୍ୟ ଆକ୍ରମଣ କରିଥିବା ଥିବା ଦେଖିବାକୁ ମିଳିଛି । ଯାହା ଫଳରେ ଉଭୟେ ଶିଶୁ ଓ ବୃଦ୍ଧଙ୍କ ଶରୀରର ଅନେକ ସ୍ଥାନରେ ଆଘାତ ଲାଗିଛି । ବର୍ତ୍ତମାନ୍ ମଧ୍ୟ ସେହି ଗାଁରେ କୁକୁରମାନଙ୍କ ଭୟ ଲାଗି ରହିଥିବା ଲୋକେ ଅଭିଯୋଗ କରିଛନ୍ତି । ଅତି ଶୀଘ୍ର କୌଣସି ଏକ ପଦକ୍ଷେପ ଗ୍ରହଣ କରିବା ପାଇଁ ଗାଁ ଲୋକେ ପ୍ରଶାସନକୁ ଅନୁରୋଧ କରିଛନ୍ତି ।

Leave A Reply

Your email address will not be published.