୩ ଏସି ଚୋର ଗିରଫ୍‌ : ଚୋରି ହୋଇଥିବା ୨ ଏସି ଜବତ୍‌

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଆଦର୍ଶ ଟାଉନ ଥାନା ପୁଲିସ ୩ ଜଣ ଏସି ଚୋରଙ୍କୁ ଗିରଫ୍‌ କରିଥିବା ନେଇ ଆଇଆଇସି ସଂଗ୍ରାମ କେଶରୀ ପଟ୍ଟନାୟକ ସୂଚନା ଦେଇଛନ୍ତି । ସୂଚନା ଅନୁସାରେ ସ୍ଥାନୀୟ ମ୍ୟୁନିସିପାଲିଟି କଲୋନାୀର ବାସିନ୍ଦା ଗଙ୍ଗାଧର ଦାଶ ଗତ ୩ ତାରିଖ ଦିନ ଲିଖିତ ଭାବେ ଅଭିଯୋଗ କରିଥିଲେ ଯେ, ବିଗତ ଏକ ବର୍ଷରୁ ସେ ଆର୍‌ଆର୍‌ଏମ୍‌ଏନ୍‌ୟୁ ବିଲ୍‌ଡିଂରେ କାମ କରୁଥିବା ବେଳେ ଗତ ୨୬ ତାରିଖ ରାତିରେ ସେହି ବିଲ୍‌ଡ଼ିଂରୁ ୨ଟି ଏସି ଚୋରି ହୋଇଯାଇଥିଲା । ତେବେ ୩ ତାରିଖ ଦିନ ତିନି ଜଣଙ୍କୁ ସଂଦେହରେ ଅଟକ ରଖି ପୋଲିସକୁ ସେ ଖବର ଦେଇଥିଲେ । ତୁରନ୍ତ ପିସିଆର୍‌ ଭ୍ୟାନ୍‌ ସେଠାରେ ପହଂଚି ଅଟକ ଥିବା ୩ ଜଣଙ୍କୁ ଥାନାକୁ ନେଇ ଆସିଥିଲା ।

ଅଭିଯୋଗକୁ ଭିତ୍ତିକରି କେଶ୍‌ ନଂ.୦୬/୦୩.୦୧.୨୦୨୧ ଧାରା ୩୮୦ ଆଇପିସି ଟର୍ଣ୍ଣ ଟୁ ସେକ୍‌ସନ୍‌ ୩୮୦/୪୧୧/୩୪ ଆଇପିସି ଆଧାରରେ ପୋଲିସ ପକ୍ଷରୁ ତଦନ୍ତ କରାଯାଇ ଅଭିଯୁକ୍ତମାନଙ୍କ ଘର ସର୍ଚ୍ଚ କରାଯିବାରୁ ଚୋରି ହୋଇଥିବା ୨ଟି ଡାଏକିନ ଏସି ଇନ୍‌ଡୋର୍‌ ୟୁନିଟ୍‌ ପୋଲିସ ହାତରେ ଲାଗିଥିଲା । ଏହି ଚୋରି ମାମଲାରେ ଗିରଫ୍‌ ହୋଇଥିବା ତିନି ଜଣ ହେଲେ ଲର୍କିପାଲିର କୁଶ ଦଲେଇ(୩୨), ପଞ୍ଚା ଚନ୍ଦନ(୨୧) ଓ ଉମାକାନ୍ତ ଦୀପ(୩୬) ।

Leave A Reply

Your email address will not be published.