ଖୁଡ଼ୀଙ୍କୁ ପଥରରେ ଛେଚି ହତ୍ୟା କଲା ପୁତୁରା

ରାଉରକେଲା : ଖୁଡ଼ୀଙ୍କୁ ପଥରରେ ଛେଚି ହତ୍ୟା କକଲା ପୁତୁରା । ଏପରି ଏକ ଅଘଟଣ ଘଟିଛି ସୁନ୍ଦରଗଡ଼ ଜିଲ୍ଲା ଗୁରୁଣ୍ଡିଆ ଥାନା ସୋଲ ପଞ୍ଚାୟତର ଅସୁରଖୋଲ ଗ୍ରାମରେ । ପୁତୁରା ରାଜେଶ ମିର୍ଦ୍ଧା ଓ ଖୁଡ଼ୀ ପଦ୍ମା ମିର୍ଧାଙ୍କ ପୂର୍ବରୁ ବିବାଦ ଥିଲା । ପଦ୍ମା ପାଖରେ ଥିବା ନାଳକୁ ଗାଧୋଇଇବାକୁ ଯାଇଥିବାବେଳେ ପୁତୁରା ଏହାର ସୁଯୋଗ ନେଇ ନାଳ ପାଖରେ ପହଞ୍ଚି ପ୍ରଥମେ ଏକ ବାଡ଼ିରେ ପିଟିବା ପରେ ପଦ୍ମା ଗୁରୁତର ହୋଇ ପଡ଼ିଯାଇଥିଲେ । ପରେ ପଥର ଛେଚି ତାଙ୍କୁ ହତ୍ୟା କରିଥିଲା ରାଜେଶ । ଗୁରୁଣ୍ଡିଆ ପୁଲିସ ଖବର ପାଇ ଘଟଣାସ୍ଥଳରେ ପହଞ୍ଚି ଶବକୁ ଜବତ କରି ପୁତୁରାକୁ ଗିରଫ କରି ତଦନ୍ତ ଚଳାଥିବା ଜଣାପଡ଼ିଛି । ରାଜେଶ ପୂର୍ବରୁ ବିଭିନ୍ନ ଅପରାଧରେ ସଶ୍ଳିଷ୍ଟ ଥିବା ଏବଂ ତାଙ୍କ ସ୍ତ୍ରୀ ତାକୁ ଛାଡ଼ି ଚାଲି ଯାଇଥିବା ପୁଲିସ ସୂଚନା ଦେଇଛି ।

Leave A Reply

Your email address will not be published.