oom

ବନବିଭାଗ ପକ୍ଷରୁ ଅନ୍ତର୍ଜାତୀୟ କଇଁଚ ଦିବସ

jsmm

ଗଞ୍ଜାମ, (ପ୍ରଦୀପ କୁମାର ପଣ୍ଡା) : ଆନ୍ତର୍ଜାତୀୟ କଇଁଚ ଦିବସ ଗଞ୍ଜାମ ବ୍ଲକ ଅନ୍ତର୍ଗତ ପାଳିବନ୍ଧ ପଞ୍ଚାୟତ ପୁରୁଣା ବନ୍ଧ ଗ୍ରାମରେ ପାଳିତ ହୋଇଯାଇଛ । ଏ. ସି. ଏଫ ଦିବ୍ୟ ଶଙ୍କର ବେହେରାଙ୍କ ସଭାପତିତ୍ୱରେ ଆୟୋଜିତ କାର୍ଯ୍ୟକ୍ରମରେ ବିଭିନ୍ନ ସାମୁଦ୍ରିକ କଇଁଚ ମାନଙ୍କ ସୁରକ୍ଷା ସମ୍ପର୍କରେ ସଚେତନତା ସୃଷ୍ଟି କରାଯାଇଥିଲା । ସମୁଦ୍ର ଜଳ ପଥରେ ଗଞ୍ଜାମ ବ୍ଲକର ଋଷିକୁଲ୍ୟା ମୁହାଁଣ ଅଞ୍ଚଳକୁ ଅନୁକୂଳ ପରିବେଶ ଯୋଗୁଁ ଅଲିଭ ରିଡ୍‌ଲେ କଇଁଚ ଠାରୁ ଆରମ୍ଭ କରି ଦ୍ୱିତୀୟ ବୃହତ୍ତମ ନୀଳବର୍ଣ୍ଣ କଇଁଚ ସହ ବିଭିନ୍ନ ପ୍ରଜାତିର ସାମୁଦ୍ରିକ କଇଁଚ ଆସିଥାନ୍ତି । ସେହି ମାନଙ୍କୁ ସୁରକ୍ଷା ପ୍ରଦାନ କରିବାରେ ଅଞ୍ଚଳବାସୀଙ୍କ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଥିବା ବେଳେ ପରିବେଶ ସନ୍ତୁଳନ ହୋଇଥାଏ ବୋଲି କାର୍ଯ୍ୟକ୍ରମରେ ମତ ପ୍ରକାଶ ପାଇଥିଲା । ଗଞ୍ଜାମ ଜିଲ୍ଲା ଇକୋ କ୍ଲବ ସଂଯୋଜକ ଡ଼. ଶଙ୍କର ନାରାୟଣ ବେଜ, ବନ୍ୟପ୍ରାଣି ତତ୍ୱାବଧାରକ ତଥା ଋଷିକୁଲ୍ୟା ସୁରକ୍ଷା ସମିତି ସମ୍ପାଦକ ରବିନ୍ଦ୍ର ନାଥ ସାହୁ, ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ବିଜୟ କୁମାର ବିଶ୍ୱାଳ, ଶିକ୍ଷାବିତ ବାଳକୃଷ୍ଣ ମହାରଣା, ପରିବେଶବିତ ତୁଳସୀ ରାମ ବେହେରା ପ୍ରମୁଖ ନିମନ୍ତିତ ଅତିଥିଭାବେ ଯୋଗଦେଇ ସାମୁଦ୍ରିକ କଇଁଚଙ୍କ ସୁରକ୍ଷାର ବିଭିନ୍ନ ଦିଗ ଉପରେ ମତ ପ୍ରକାଶ କରିଥିଲେ । ଫରେଷ୍ଟର ରତ୍ନ କୁମାର ବେହେରାଙ୍କ ନେତୃତ୍ୱରେ ସ୍ଥାନୀୟ ବନ କର୍ମଚାରୀ ମାନେ କାର୍ଯ୍ୟକ୍ରମର ସୁପରିଚାଳନା କରିଥିଲେ । ଉକ୍ତ କାର୍ଯ୍ୟକ୍ରମରେ ସ୍ଥାନୀୟ ଅଂଚଳର ବହୁ ମତ୍ସ୍ୟଜୀବୀ ମାନେ ଉପସ୍ଥିତ ରହିଥିଲେ ।

jittmm
Leave A Reply

Your email address will not be published.