ବାଲୁଚିସ୍ତାନରେ ଆଉ ଏକ ଭୟଙ୍କର ଆକ୍ରମଣ : ୧୧ ଜଣ ପାକିସ୍ତାନୀ କୋଇଲା ଖଣି ମାଲିକ‌ଙ୍କୁ ଗୁଳି କରି ହତ୍ୟା

csstore

କରାଚି : ପାକିସ୍ତାନର ଅଶାନ୍‌ନ୍ତ ଦକ୍ଷିଣ-ପଶ୍ଚିମ ବାଲୁଚିସ୍ତାନ ପ୍ରଦେଶରେ ପୁଣି ଥରେ ରକ୍ତ ହୋଲି ଖେଳାଯାଇଛି । ବନ୍ଧୁକଧାରୀମାନେ ଅପହରଣ କରିବା ପରେ ରବିବାର ଅତି କମରେ ୧୧ ଜଣ କୋଇଲା ଖଣି ମାଲିକଙ୍କୁ ଗୁଳି କରି ହତ୍ୟା କରିଛ‌ନ୍ତି। ପାକିସ୍ତାନୀ ଖବରକାଗଜ ଏକ୍ସପ୍ରେସ ଟ୍ରିବ୍ୟୁନ ପୋଲିସ ଉଦେ୍‌ଦ୍ଦଶ୍ୟରେ କହିଛି ଯେ, କାମ କରିବାକୁ ଯାଉଥିବା ଖଣି ମାଲିକମାନେ ଅଜ୍ଞାତ ବନ୍ଧୁକଧାରୀଙ୍କ ଦ୍ୱାରା ଅପହରଣ ହୋଇ ସେମାନଙ୍କୁ ମାଚ ଅଞ୍ଚଳର ନିକଟ ପାହାଡକୁ ନେଇ ଗୁଳି ଚଳାଇଥିଲେ । ଏହାପୂର୍ବରୁ ପାକିସ୍ତାନର ୭ ସୈନିକ ବାଲୁଚ ବିଦ୍ରୋହୀଙ୍କ ଦ୍ୱାରା ନିହତ ହୋଇଥିଲେ ।

ପୋଲିସର ସୂଚନାନୁସାରେ, ଏହି ଖଣି ମାଲିକଙ୍କ ମଧ୍ୟରୁ ୬ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଡାକ୍ତରଖାନା ଯିବା ବାଟରେ ଗୁରୁତର ଆହତଙ୍କ ମୃତ୍ୟୁ ଘଟିଛି । ଘଟଣା ପରେ ପୋଲିସ, ସୀମାନ୍ତ କର୍ପସ ଏବଂ ଜିଲ୍ଲା ପ୍ରଶାସନର ଅଧିକାରୀମାନେ ଘଟଣାସ୍ଥଳରେ ପହଞ୍ଚିଥିଲେ । ବାଲୁଚିସ୍ତାନ ମୁଖ୍ୟମନ୍ତ୍ରୀ ଜାମ କମଲ ଖାନ ଏହି ଘଟଣାକୁ ନିନ୍ଦା କରିବା ସହ ସମ୍ପୃକ୍ତ ଅଧିକାରୀଙ୍କଠାରୁ ତଦନ୍ତ ରିପୋର୍ଟ ମାଗିଛନ୍ତି ।

Leave A Reply

Your email address will not be published.