ବଲାଙ୍ଗିର ବିଜେଡ଼ି ପକ୍ଷରୁ ବାଇକ୍‌ ରାଲି ସହ ପଥପ୍ରାନ୍ତ ସଭା

ବଲାଙ୍ଗିର, (କେପିଏନ୍‌ଏସ୍‌) : ମୁଣ୍ଡ ଉପରେ ନିର୍ବାଚନ । ଏତିକି ବେଳେ ପ୍ରାର୍ଥୀମାନଙ୍କ ପ୍ରଚାର ଶୀର୍ଷରେ ପହଂଚିଥିବା ଦେଖିବାକୁ ମିଳିଛି । ଏହି କ୍ରମରେ ଆଜି ସଂଧ୍ୟାରେ ବିଜେଡ଼ିର ବଳିଷ୍ଠ ସଦସ୍ୟ ବିଧୁଭୂଷଣ ତ୍ରିପାଠୀଙ୍କ ନେତୃତ୍ୱରେ ପେଲେସ୍‌ରୁ ଏକ ବିରାଟ୍‌ ବାଇକ୍‌ ରାଲି ବାହାରି ସହର ପରିକ୍ରମା କରିଥିବା ବେଳେ ସହରର ବିଭିନ୍ନ ସ୍ଥାନରେ ପଥପ୍ରାନ୍ତ ସଭାର ଆୟୋଜନ ହୋଇଥିବା ଦେଖିବାକୁ ମିଳିଛି । ପଥପ୍ରାନ୍ତ ସଭାରେ ବଲାଙ୍ଗିର ବିଜେଡ଼ି ବିଧାୟକ ପ୍ରାର୍ଥୀ କଳିକେଶ ନାରାୟଣ ସିଂହଦେଓ ଓ ସାଂସଦ ପ୍ରାର୍ଥୀ ସୁରେନ୍ଦ୍ର ସିଂ ଭୋଇଙ୍କୁ ଶଙ୍ଖ ଚିହ୍ନରେ ଭୋଟ୍‌ ଦେଇ ଜୟଯୁକ୍ତ କରିବାକୁ ସହରବାସୀଙ୍କୁ ନିବେଦନ କରାଯାଇଥିବା ବେଳେ ବିରୋଧୀଙ୍କ ଚକ୍ରାନ୍ତରେ ପଡ଼ନ୍ତୁ ନାହିଁ ବୋଲି ଖୋଲାଖୋଲି ଲୋକଙ୍କୁ କୁହାଯାଇଛି । ଏହି ବାଇକ୍‌ ରାଲିରେ ଶହ ଶହ ବାଇକ୍‌ ସାମିଲ୍‌ ହୋଇଥିବା ବେଳେ ପଥପ୍ରାନ୍ତ ସଭାରେ ଅନେକ ଲୋକ ରୁଣ୍ଡ ହେଉଥିବା ନଜର୍‌କୁ ଆସିଛି ।

Leave A Reply

Your email address will not be published.