ସାରଦାଙ୍କ ଦମ୍‌ଦାର୍‌ ସାଇକେଲ ରାଲି

ରାଉରକେଲା, (ସସ୍ମିତା ପ୍ରଧାନ) : ରାଉରକେଲା ବିଜେଡ଼ି ବିଧାୟକ ପ୍ରାର୍ଥୀ ସାରଦା ପ୍ରସାଦ ନାୟକ ସାଇକେଲ ରାଲିରେ ଯୋଗଦେଇ ବିଜେଡ଼ି ସପକ୍ଷରେ ଭୋଟ ଭିକ୍ଷା କରିଛନ୍ତି । ଆଜି ସକାଳୁ କୋଏଲ୍‌ନଗର ଡ଼ି ବ୍ଲକ୍ ସ୍ଥିତ ହନୁମାନ ମନ୍ଦିର ପ୍ରାଙ୍ଗଣରୁ ବିଜେଡ଼ି ଯୁବଛାତ୍ରଙ୍କ ଗହଣରେ ରହି ସାଇକେଲ ରାଲି ଆରମ୍ଭ କରିଥିଲେ । ଏହି ଶୋଭାଯାତ୍ରା କୋଏଲ୍‌ନଗର ଠାରୁ ଆରମ୍ଭ ହୋଇ ଶକ୍ତିନଗର ଛକ, ବାଟମଙ୍ଗଳା ମନ୍ଦିର, ନୀଳଶୈଳ ମହାବିଦ୍ୟାଳୟ ଛକ, ସରନା ଛକ, ସାଇନିଂ କ୍ଲବ୍‌ ଛକ, ଝିରପାଣି ବଡ଼ଦାଣ୍ଡ ସହ ବିଭିନ୍ନ ବସ୍ତିରେ ଉଭୟ ପାଶ୍ୱର୍ରେ ସ୍ଥାନୀୟ ଜନସାଧାରଣଙ୍କ ଏବଂ ମା’ମାନେ ଉପସ୍ଥିତ ରହି ବିଜେଡ଼ି ପ୍ରାର୍ଥୀ ସାରଦାଙ୍କୁ ଭବ୍ୟ ସ୍ୱାଗତ କରିଥିଲେ । ଏଥିରେ ଜଗଦା ସ୍ଥିତ ମା’ ବାଟମଙ୍ଗଳା ଓ ନୀଳଶୈଳ ମହାବିଦ୍ୟାଳୟ ସ୍ଥିତ ଶିବ ମନ୍ଦିରଠାରେ ବିଧାୟକ ଶ୍ରୀ ନାୟକ ପୂଜାର୍ଚ୍ଚନା କରିଥିଲେ । ଜୋନ୍‌ ସଭାପତି ଆଇନଜୀବୀ ନାରାୟଣ ପ୍ରଧାନ, ଲୁଟୁ ପୁହାଣ, ଦେବୀ ଜେନା, ଐର ମହାନ୍ତି, ପ୍ରିୟବ୍ରତ ଭଞ୍ଜ, ଚକ୍ରଧର ମଲ୍ଲିକ, ଜୟନ୍ତ ପତି, ଧୀରେନ ଗଡ଼ନାୟକ, ଲାଲଜୀ ସିଂ, ସୁରା ଓରାମ, ମହେନ୍ଦ୍ର କୁମ୍ଭାର, ବିଜୟ ପରିଡ଼ା, ପ୍ରଭାତ ମହାନ୍ତି, ଏଲଡ଼ି ନାୟକ, ରୀତା ସାମଲ, ଜୟଶ୍ରୀ ପାଣିଗ୍ରାହୀ, ଦିଲ୍ଲୀପ ମହାନ୍ତି, ଶିଶିର ମୁଦାଲି, ସୁଦାମ ପ୍ରଧାନ, ଉତ୍କଳ ବେହେରା, ବିଶ୍ୱଜିତ ମହାନ୍ତି, ଶୁଭ୍ରାଶୁଂ ପଣ୍ଡା, ସଦାଶିବ ସାହୁ, ବରୁଣ ଫ୍ରାନ୍ସସେଙ୍କ ବହୁ ସ୍ଥାନୀୟ ଯୁବଛାତ୍ର ସାଇକେଲ ରାଲିରେ ବିଜେଡ଼ି ସପକ୍ଷରେ ଭୋଟ୍‌ ଦେବା ପାଇଁ ଜନସାଧାରଣଙ୍କୁ ଭୋଟ୍‌ ନିବେଦନ କରିଥିଲେ ।

Leave A Reply

Your email address will not be published.