ନିର୍ବାଚନ ଡ୍ୟୁଟି ସାରି ଫେରୁଥିବା ବେଳେ ୧ ମୃତ

ନୂଆପଡ଼ା : ନୂଆପଡ଼ା ଜିଲ୍ଲାରେ ନିର୍ବାଚନ ଡ୍ୟୁଟି ସାରି ଫେରୁଥିବା ବେଳେ ଜଣେ ସରକାରୀ କର୍ମଚାରୀଙ୍କ ମୃତ୍ୟୁ ଘଟିଥିବାର ସୂଚନା ମିଳିଛି । ନୂଆପଡ଼ା ଜିଲ୍ଲା ତରବୋଡ ଫନଡେଲ ନାଳା ନିକଟରେ କାର ଧକ୍କାରେ ଜଣେ ପୋଲିଂ କର୍ମଚାରୀଙ୍କ ପ୍ରାଣହାନି ଘଟିଛି । ସେ ରାନିମୁଣ୍ଡାରେ ପ୍ରିଜାଇଡିଂ ଅଫିସର ଭାବରେ ନିଯୁକ୍ତ ଥିଲେ । ମତଦାନ ପରେ ରାତିରେ ଇଭିଏମ୍ ଦାଖଲ କରି ସକାଳେ ସେ ନିଜ ଘରକୁ ଫେରୁଥିବା ବେଳେ ଏହି ଦୁର୍ଘଟଣା ଘଟିଥିବା ଖବର ମିଳିଛି । ତାଙ୍କ ନାଁ ପ୍ରସନ୍ନ କୁମାର ନାୟକ ବୋଲି ଜଣାପଡ଼ିଛି ।

Leave A Reply

Your email address will not be published.