ଶାନ୍ତିପୂର୍ଣ୍ଣ ଭାବେ ମତଦାନ ଶେଷ ଗଞ୍ଜାମ ବ୍ଲକରେ

ଗଞ୍ଜାମ, (ପ୍ରଦୀପ କୁମାର ପଣ୍ଡା) : ଛତ୍ରପୁର ନିର୍ବାଚନ ମଣ୍ଡଳୀ ପାଇଁ ସାଧାରଣ ନିର୍ବାଚନ ସୋମବାର ଅନୁଷ୍ଠିତ ହୋଇଥିଲା । ଇଭିଏମ୍‌ ମେସିନ୍‌ ସମସ୍ୟା ପାଇଁ କାଁ ଭାଁ କିଛି ବୁଥ୍‌ରେ ନିର୍ଦ୍ଧାରିତ ସମୟରୁ କିଛି ସମୟ ବିଳମ୍ବ ହୋଇଥିବା ଦେଖିବାକୁ ମିଳିଥିଲା । ଗଂଜାମ ବ୍ଲକ୍ ୧୫ ପଞ୍ଚାୟତ ଏବଂ ଗଂଜାମ ଓ ରମ୍ଭା ଦୁଇଟି ଏନ୍‌ଏସି ସମ୍ବେଦନଶୀଳ ଓ ଅତି ସମ୍ବେଦନଶିଳ ବୁଥ୍‌ ଗୁଡ଼ିକରେ ପୋଲିସର କଡ଼ା ସୁରକ୍ଷା ବଳୟରେ ମତଦାନ ହୋଇଥିଲା । ମୋଟା ମୋଟି ଏହି ବ୍ଲକ୍‌ରେ ଶାନ୍ତିଶୃଙ୍ଖଳା ସହ ମତଦାନ ଶେଷ ହୋଇଥିବା ଜଣାପଡିଛି । ମତଦାନ ଆରମ୍ଭ ବେଳେ ପାଳିବନ୍ଧ ପଞ୍ଚାୟତରେ କିଛି ଏଭିଏମ୍‌ ମେସିନ୍‌ରେ ତ୍ରୁଟି ଦେଖା ଯାଇଥିଲା ଯାହା ଫଳରେ ମତଦାନ କିଛି ସମୟ ପାଇଁ ବିଳମ୍ବ ହୋଇଥିଲା । ଖବର ପାଇ ନିର୍ବାଚନ ଅଧିକାରୀ ବସନ୍ତ କୁମାର ମଲ୍ଲିକ, ମାଜିଷ୍ଟେଟ୍‌ ଦାୟିତ୍ୱରେ ଥିବା କୁଞ୍ଜ ବିହାରୀ ବଡ଼ଜେନା ଉକ୍ତ ବୁଥ୍‌ ଗୁଡ଼ିକରେ ପହଞ୍ଚି ସେଠାରେ ଉପସ୍ଥିତ ଥିବା ପୁଲିଂ ଅଫିସର ସହ ଆଲୋଚନା କରିଥିଲେ । ମତଦାନ ଆରମ୍ଭ ବେଳେ ସେହିପରି ଦାମୋଦରପୁର ୧୧ ୱାଡ଼ ମତଦାନ କେନ୍ଦ୍ର ଫାଟକ ସମ୍ମୁଖରେ କିଛି ବିଜେପି କର୍ମୀ ଭୋଟରଙ୍କୁ ପ୍ରଭାବିତ କରିଥିବା ଅଭିଯୋଗ ହୋଇଥିଲା । ଗଞ୍ଜାମ ଥାନା ଆଇଆଇସି ନମିତା ପାତ୍ର ସେଠାରେ ପହଞ୍ଚି ପରିସ୍ଥିତି ଆୟତ କରିଥିଲେ ।

Leave A Reply

Your email address will not be published.