jayashree

୬,୮୬୦ ଲିଟର ଚୋରା ଦେଶୀ ମଦ ଜବତ

ଆଠଗଡ଼ : ତିଗିରିଆ ଥାନା ଭିରୁଡ଼ା ଓ ଉପରବେଡ଼ା ଗାଁରେ ଅବକାରୀ ବିଭାଗର ଚଢ଼ାଉ । ଆଗାମୀ ସାଧାରଣ ନିର୍ବାଚନକୁ ଦୃଷ୍ଟିରେ ରଖି ଆଠଗଡ଼ ଏବଂ କଟକ ଅବକାରୀ ବିଭାଗ ପକ୍ଷରୁ ଏହି ଚଢ଼ାଉ କରାଯାଇଥିବା ଜଣାପଡ଼ିଛି । ଚଢ଼ାଉ ବେଳେ ୬,୮୬୦ ଲିଟର ଚୋରା ଦେଶୀ ମଦ ଜବତ କରିବା ସହ ୭,୪୨୦ ଲିଟର ପୋଚ ନଷ୍ଟ କରିଛି ଅବକାରୀ ବିଭାଗ । ଏହି ଚଢ଼ାଉରେ ୧୦ରୁ ଅଧିକ ଅବକାରୀ ବିଭାଗର ଅଧିକାରୀ ସାମିଲ ଅଛନ୍ତି । ବିଶେଷ କରି ଏହି ଅଞ୍ଚଳଟି ବେଆଇନ ଭାବେ ଚୋରା ଦେଶୀ ମଦର କୁଟୀର ଶିଳ୍ପ ପାଲଟିଛି । ଏଠାରେ ଦେଶୀ ମଦ ପ୍ରସ୍ତୁତ କରାଯାଇ ଜିଲ୍ଲା ବାହରକୁ ଚାଲଣ ହେଉଥିବା ସ୍ଥାନୀୟ ଲୋକେ ବାରମ୍ଵାର ଅଭିଯୋଗ କରିଆସୁଥିଲେ । ଏହି ଚଢ଼ାଉରେ କୌଣସି ମଦ ମାଫିଆକୁ ଧରିବାରେ ସଫଳ ହୋଇନି ଅବକାରୀ ବିଭାଗ ।

Leave A Reply

Your email address will not be published.