jsm

ବିଜେପି ବିଧାୟକ ପ୍ରାର୍ଥୀ ଲକ୍ଷ୍ମଣ ବାଗ ନାମାଙ୍କନ ପତ୍ର ଦାଖଲ କଲେ

csstore

କଣ୍ଟାବାଞ୍ଜି, (ଗୁରୁଦୟାଲ ହଂସ) : ବଲାଙ୍ଗିର ଜିଲ୍ଲା ତଥା ଓଡିଶାର ଗୁରୁତ୍ୱ ପୂର୍ଣ୍ଣ ନିର୍ବାଚନ ମଣ୍ଡଳୀ କଣ୍ଟାବାଞ୍ଜି – ୭୦ର ବିଜେପି ବିଧାୟକ ପ୍ରାର୍ଥୀ ଲକ୍ଷ୍ମଣ ବାଗ ନିଜର ପ୍ରାର୍ଥୀପତ୍ର ସୋମବାର ଦିନ ଦାଖଲ କରିଛନ୍ତି । ଟିଟିଲାଗଡ ଉପଜିଲ୍ଲାପାଳ କାର୍ଯ୍ୟାଳୟରେ କଣ୍ଟାବାଞ୍ଜି ନିର୍ବାଚନ ମଣ୍ଡଳୀର ନିର୍ବାଚନୀ ଅଧିକାରୀ ଦାୟୀତ୍ୱରେ ଥିବା ଅତିରିକ୍ତ ଜିଲ୍ଲାପାଳ ପବିତ୍ର ବେହେରାଙ୍କଠାରେ ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି । ଶ୍ରୀବାଗ ନିଜର ପ୍ରସ୍ତାବକ ସନ୍ଦିପ ଅଗ୍ରୱାଲ ଏବଂ ପ୍ରସ୍ତାବକ ନିଳକଣ୍ଠ ଶତପଥୀ ସହ ସମର୍ଥକ ଏବଂ ଓକିଲଙ୍କ ଉପସ୍ଥିତିରେ ନିଜର ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି । ପ୍ରାର୍ଥୀପତ୍ର ଦାଖଲ ପରେ ଟିଟିଲାଗଡରୁ ଆସି କଣ୍ଟାବାଞ୍ଜି ଗୋରୁ ବଜାରଠାରୁ ଏକ ଶୋଭାଯାତ୍ରାରେ ବାହାରି ନଗର ପରିକ୍ରମା କରିଥିଲେ । ପରେ ସ୍ଥାନୀୟ ଇନ୍ଦିରା ଛକ ନିକଟରେ ଏକ ବିଶାଲ ସଭା ଅନୁଷ୍ଠିତ ହୋଇଥିଲା । ପ୍ରକାଶ ଥାଉକି କଣ୍ଟାବାଞ୍ଜି ବିଧାନସଭା ନିର୍ବାଚନ ମଣ୍ଡଳୀରୁ ବିଜେପି ପ୍ରାର୍ଥୀ ଲକ୍ଷ୍ମଣ ବାଗ ସର୍ବ ପ୍ରଥମ ନିଜର ନାମାଙ୍କନ ଦାଖଲ କରିଥିବା ବେଳେ ବିଜେଡିର ଓଡିଶା ମୂଖ୍ୟମନ୍ତ୍ରୀ ଶ୍ରୀଯୁକ୍ତି ନବୀନ ପଟ୍ଟନାୟକ ଏବଂ କଂଗ୍ରେସର ବିଧାୟକ ପ୍ରାର୍ଥୀ ସନ୍ତୋଷ ସିଂ ସାଲୁଜା ତାଙ୍କ ନାମାଙ୍କନ ପତ୍ର ଦାଖଲ କରି ନାହାନ୍ତି ।

yuvodaya
Leave A Reply

Your email address will not be published.