ପଞ୍ଚାୟତ ପାନୀୟ ଜଳ ବିଭାଗର ଅବହେଳା ଯୋଗୁଁ ପାନୀୟ ଜଳ ଯୋଗାଣର ମୁଖ୍ୟ ନାଳାରେ ପଡ଼ୁଛି ଶୌଚ ପାଣି : ବୃଦ୍ଧି ପାଉଛି ଜନ ଅସନ୍ତୋଷ

ଦେଓଗାଁ, (ମନୀଷ କୁମାର ସାହୁ) : ଦୀର୍ଘ ଦିନ ହେଲା ଦେଓଗାଁ ଓ କଛାରପାଲି ଗାଁକୁ ଯୋଗାଉଥିବା ପାନୀୟ ଜଳରେ ରାସ୍ତା କଡ଼ରେ ଶୌଚ କରୁଥିବା ପାଣି ପଶୁଥିଲେ ମଧ୍ୟ ଜଳ ଯୋଗାଣ ବିଭାଗ କମର୍ଚାରୀମାନେ ଦୃଷ୍ଟି ଦେଉନାହାନ୍ତି, ଯାହାଫଳରେ ଜନ ଅସନ୍ତୋଷ ବଢ଼ିବାରେ ଲାଗିଛି ।

ଅଭିଯୋଗ ହେଉଛି ଯେ, ଦେଓଗାଁ ସୋନଗଡ଼ ନଦୀରୁ ଏଟିଏମ୍ ଛକରେ ଥିବା ଭୂତଳ ଟାଙ୍କିକୁ ଜାତୀୟ ରାଜପଥ କଡ଼ରେ ଯାଇଥିବା ମୁଖ୍ୟ ନଳରେ ରାସ୍ତା କଡ଼ରେ ଶୌଚ କରୁଥିବା ମଇଳାର ପାଣି ପଶୁଛି । ବାହାରର ପାଣି ପଶିବା କାରଣ ବିଷୟରେ ଜଳ ଯୋଗାଣ କରୁଥିବା କର୍ମଚାରୀଙ୍କୁ ପଚାରିବାରୁ ପାଇପ ଫାଟି ଥିବାରୁ ପାଇପ ଚଲାଇଲେ ପାଣି ବାହାରୁଛି ଓ ପାଇବ ବନ୍ଦ କରିଦେଲେ ରାସ୍ତା କଡ଼ରେ ଥିବା ମଇଲା ପାଣି ପୁଣି ପାଇପ ଭିତରକୁ ପଶିଯାଉଛି ବୋଲି କହୁଛନ୍ତି । ଅନ୍ୟପକ୍ଷରେ ଏହା ମରାମତି କରାଯାଉ ନାହିଁ କାହିଁକି ବୋଲି ପଚାରିବାରୁ ଉପରିସ୍ଥ ଅଧିକାରୀଙ୍କୁ ଏହି ବିଷୟରେ ବାରମ୍ବାର କୁହାଯାଉଥିଲେ ମଧ୍ୟ କେହି ଶୁଣୁନାହାନ୍ତି ବୋଲି କହୁଛନ୍ତି । ଶୁଦ୍ଧ ପାନୀୟ ଜଳ ପାଇଁ ପାନୀୟ ଜଳ ଯୋଗାଣ ବିଭାଗ ନାରା ବାଜି କରୁଥିବା ବେଳେ ଜାତୀୟ ରାଜପଥ କଡ଼ରେ ଜମା ହୋଇଥିବା ମଇଲା ପାଣିକୁ ଦେଖି ନ ଦେଖିଲା ପରି ଅଭିନୟ କରୁଥିବାରୁ ଜନ ଅସନ୍ତୋଷ ବଢ଼ିବାରେ ଲାଗିଛି। ତେଣୁ ତୁରନ୍ତ ମରାମତି କରାଯିବାକୁ ଦେଓଗାଁ, କଛାରପାଲି ଗ୍ରାମବାସୀ ଦାବି କରିଛନ୍ତି ।

Leave A Reply

Your email address will not be published.

error: Content is protected !!