jayashree

ରାଜେନ୍ଦ୍ର ବିଶ୍ୱ ବିଦ୍ୟାଳୟ ବଲାଙ୍ଗିର ଏନ୍‌. ଏସ୍‌. ଏସ୍‌ ବ୍ୟୁରୋର ପ୍ରଥମ ବୈଠକ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ରାଜେନ୍ଦ୍ର ବିଶ୍ୱ ବିଦ୍ୟାଳୟ ବଲାଙ୍ଗିର ଏନ୍‌. ଏସ୍‌. ବ୍ୟୁରୋର ପ୍ରଥମ ବୈଠକ ଅନୁଷ୍ଠିତ ହୋଇଥିଲା । ପ୍ରକାଶ ଥାଉ କି ରାଜେନ୍ଦ୍ର ବିଶ୍ୱ ବିଦ୍ୟାଳୟ ଅଧିନରେ ଦୁଇ ଗୋଟି ଜିଲ୍ଲା (ବଲାଙ୍ଗିର ଓ ସୋନପୁର) ନିମିତ୍ତ ଏକ ନୂତନ ଏନ୍‌. ଏସ୍‌. ଏସ୍‌ ବ୍ୟୁରୋ ଗଠନ ପାଇଁ ରାଜ୍ୟ ସରକାରଙ୍କ ଯୁବ ବ୍ୟାପାର, ଉଚ୍ଚ ଶିକ୍ଷା ବିଭାଗ ଓଡିଶା ଅନୁମତି ପ୍ରଦାନ କରିଛନ୍ତି । ଆଗରୁ ଏଇ ଦୁଇ ଗୋଟି ଜିଲ୍ଲା ସମ୍ବଲପୁର ବିଶ୍ୱ ବିଦ୍ୟାଳୟ ଅଧିନରେ କାର୍ଯ୍ୟ କରୁଥିଲା । ଏହି ସଂକ୍ରାନ୍ତରେ ଉଚ୍ଚ ଶିକ୍ଷା ବିଭାଗ ଚିଠି ସଂଖ୍ୟା ୧୩୯୮୩ ତା.୦୯.୦୪.୨୦୨୪ ଅନୁସାରେ ସମସ୍ତ ମହାବିଦ୍ୟାଳୟ ଅଧ୍ୟକ୍ଷଙ୍କୁ ଅବଗତ କରାଯାଇଛି । ନୂତନ ଭାବରେ ଗଠିତ ବ୍ୟୁରୋକୁ ତ୍ୱରାନ୍ୱିତ କରିବା ପାଇଁ ଏନ୍‌. ଏସ୍‌. ଏସ୍‌ ବ୍ୟୁରୋର ପ୍ରଥମ କାର୍ଯ୍ୟକ୍ରମ ସଂଯୋଜକ ପ୍ରିୟଙ୍କ ଚକ୍ରବର୍ତ୍ତି ଏକ ବୈଠକ କରିଥିଲେ । ଏହି ବୈଠକରେ ବଲାଙ୍ଗିର ଜିଲ୍ଲା ଅଧିକାରୀ ଡ. ଅଜିତ କୁମାର ଭୋଇ ଏବଂ ସୋନପୁର ଜିଲ୍ଲା ଅଧିକାରୀ ଡ. ମନୋରଂଜନ ଘଡେଇ ଯୋଗ ଦେଇଥିଲେ । ରାଜେନ୍ଦ୍ର ମହାବିଦ୍ୟାଳୟର କାର୍ଯ୍ୟକ୍ରମ ଅଧିକାରୀ ଦିପ୍ତୀମୟୀ ନାୟକ ଏବଂ ମନୋରଂଜନ ପଟେଲ ବିଭିନ୍ନ ତଥ୍ୟ ପ୍ରଦାନ କରିଥିଲେ । ଏହି ବୈଠକରେ ଜେଡ୍‌ବିଏସ୍‌ଏସ୍‌ ଏକାଉଣ୍ଟ, ନୂତନ ୟୁନିଟ ସ୍ଥାପନ ତଥା ଆଗାମୀ ସମୟରେ ଔପଚାରିକ ଭାବରେ ଏନ୍‌. ଏସ୍‌. ଏସ୍‌ ବ୍ୟୁରୋ ସ୍ଥାପନ ନିମିତ୍ତ ଏକ ଉତ୍ସବ ପାଳନ କରାଯିବାକୁ ସ୍ଥିର ହୋଇଥିଲା । ରାଜେନ୍ଦ୍ର ବିଶ୍ୱ ବିଦ୍ୟାଳୟରେ ନୂତନ ବ୍ୟୁରୋ ସ୍ଥାପନ ହେବା ଫଳରେ ମହାବିଦ୍ୟାଳୟର ଛାତ୍ର ସ୍ୱେଚ୍ଛାସେବୀ ଉପକୃତ ହେବେ ବୋଲି ସାଧାରଣରେ ଚର୍ଚ୍ଚା ହେଉଛି ।

Leave A Reply

Your email address will not be published.