jayashree

ଭିନ୍ନକ୍ଷମ ଓ ବରିଷ୍ଠ ନାଗରିକ ମାନଙ୍କୁ ସ୍ୱତନ୍ତ୍ର ଉପକରଣ ବଂଟନ ପାଇଁ ଚିହ୍ନଟ ଶିବିର

କଂଟାବାଂଜି, (ମନିଶ କୁମାର ହଂସ) : ବଲାଙ୍ଗିର ଜିଲ୍ଲା ତୁରେକେଲା ବ୍ଲକ ଓ କଂଟାବାଂଜି ଏନ.ଏ.ସି. ଅଂଚଳର ଭିନ୍ନକ୍ଷମ ଓ ବରିଷ୍ଠ ନାଗରୀକ ମାନଙ୍କୁ ସ୍ୱତନ୍ତ୍ର ଉପକରଣ ବଂଟନ ପାଇଁ ଗୁରୁବାର ଦିନ ସ୍ଥାନୀୟ ରେଲବାଇ ଷ୍ଟାଡିୟମରେ ପରୀକ୍ଷଣ ଶିବିର ଅନୁଷ୍ଠିତ ହୋଇଯାଇଛି । ଆର୍ଟିଫିସିଏଲ ଲିମ୍ବ୍ସ ମନ୍ୟୁଫେକ୍‌ଚରିଙ୍ଗ କର୍ପୋରେସନ ଅଫ ଇଣ୍ଡିଆ ଓ ଜିଲ୍ଲା ପ୍ରଶାସନର ମିଳିତ ସହଯୋଗରେ ଶିବିର ହୋଇଛି । ଏହି ଶିବିରଟି ସକାଳ ୯ଟାରୁ ଆରମ୍ଭ ହୋଇ ସଂଧ୍ୟା ୫ଟା ଯାଏ ଚାଲିଥିଲା । ଶିବିରରେ ମାନସିକ ଅଗ୍ରସର, ଶବଚ୍ଚ ବାଧିତା, ଦୃ୍‌ଷ୍ଟି ବାଧିତା ଓ ଶାରିରୀକ ଭିନ୍ନକ୍ଷମ ସାମିଲ ହୋଇଥିଲେ । ଏ.ଡି.ଆଇ.ପି. ଯୋଜନରେ ଦିବ୍ୟାଙ୍ଗ ମାନଙ୍କ ନିମନ୍ତେ ଏବଂ ରାଷ୍ଟ୍ରୀୟ ବୟୋଶ୍ରୀ ଯୋଜନାରେ ବି.ପି.ଏଲ. ଶ୍ରେଣୀର ବରିଷ୍ଠ ନାଗରିକ ମାନଙ୍କ ସହାୟକ ଉପକରଣ ବଂଟନ ପାଇଁ ଅନୁଷ୍ଠିତ ଶିବିରରେ ମୋଟ ୬୩୯ଜଣ ପଂଜି କରଣ କରିଥିଲେ । ସେମାନଙ୍କ ମଧ୍ୟରୁ ୨୫୯ଜଣଙ୍କୁ ପରିଚୟ ପତ୍ର ଓ ୧୩୧ଜଣଙ୍କୁ ସ୍ୱତନ୍ତ୍ର ଏଡ୍ସ ଚିହ୍ନଟ କରାଯାଇଛି । ଏହି ଶିବରରେ ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ନବ କିଶୋର ସାହୁ, ଟିଟିଲାଗଡ ଉପଖଣ୍ଡ ସାମାଜିକ ସୁରକ୍ଷା ଅଧିକାରୀ ଥବିର ମହାନନ୍ଦ, ତୁରେକେଲା ବ୍ଲକ ସାମାଜିକ ସୁରକ୍ଷା ଅଧିକାରୀ ହେମାନନ୍ଦ ବିଶ୍ୱାଲ, କଂଟାବାଂଜି ଏନ.ଏ.ସି. କର୍ମଚାରୀ, ଡାକ୍ତର ଡୋରା, ବିଆରଟି ବଙ୍ଗୋମୁ୍‌ଣ୍ଡା, ତୁରେକେଲା ଓ ମୁରିବାହାଲ ସହ ଅଲିମ୍ବୋ ଭୁବନେଶ୍ୱରର ସମସ୍ତ କର୍ମଚାରୀ ସହଯୋଗ କରିଥିଲେ ।

Leave A Reply

Your email address will not be published.