oom

ପ୍ରାକ୍ତନ ମହିଳା କମିଶନର ଲୋପାମୁଦ୍ରା ମହାନ୍ତିଙ୍କ ୭୭ତମ ଜନ୍ମତିଥି ପାଳନ

jsmm

ରାଉରକେଲା, (ସସ୍ମିତା ପ୍ରଧାନ) : ସହରର ଜଣାଶୁଣା ପ୍ରାଧ୍ୟାପିକା ପ୍ରାକ୍ତନ ମହିଳା କମିଶନର, ସମାଜସେବୀ ଲୋପାମୁଦ୍ରା ମହାନ୍ତିଙ୍କ ୭୭ତମ ଜୟନ୍ତୀ ସାହିତ୍ୟିକମାନଙ୍କ ଗହଣରେ ରାଉରକେଲା କ୍ଲବ୍‌ଠାରେ ପାଳିତ ହୋଇଯାଇଛି । ରାଜୀବ ପାଣିଙ୍କ ସଂଯୋଜନାରେ ବିଷ୍ଣୁପ୍ରିୟା ମହାପାତ୍ର, ଶଙ୍କର ପ୍ରସାଦ ତ୍ରିପାଠୀ, ଡ଼ଃ ପ୍ରଭାତ କୁମାର ମଲ୍ଲିକ, କୁଞ୍ଜବିହାରୀ ରାଉତ, ସୁକାନ୍ତ ଚନ୍ଦ୍ର ଖୁଣ୍ଟିଆ, ମୋନାଲିସା ମିଶ୍ର, ଅଙ୍ଗୁରବାଳା ପରିଡ଼ା, ବ୍ରଜେନ୍ଦ୍ର ଦାଶ, ଡ. ସୁମନ ଦତ୍ତ, ଅକ୍ଷୟ ସାମଲ, ଅଶୋକ ପଟ୍ଟନାୟକ, ଡା. ସୁଶାନ୍ତ ପାଣି, ରାଧାମୋହନ ନାୟକ ପ୍ରମୁଖ ତାଙ୍କ ସହିତ ବିତାଇଥିବା ମୁହୁର୍ତ୍ତକୁ ରୋମନ୍ଥନ କରିବା ସହ ତାଙ୍କ ଦ୍ଵାରା ପ୍ରତିଷ୍ଠିତ ହୋଇଥିବା ସାହିତ୍ୟାନୁଷ୍ଠାନ ଯାଜ୍ଞସେନୀ ଓ ନୀଳଶୈଳ ମହାବିଦ୍ୟାଳୟ ସମ୍ପର୍କରେ ଆଲୋଚନା କରିଥିଲେ । ଏହା ସହ ଲୋପାମୁଦ୍ରା ଜଣେ ସମାଜ ସଂସ୍କାରକ ଓ ସମାଜର ମାର୍ଗଦର୍ଶକ ଭାବେ ଅବହିତ କରିଥିଲେ । ପ୍ରଧ୍ୟାପିକା ମହାନ୍ତି ଜୀବନର ଅନେକ ଖଟା ମିଠା ସ୍ମୃତିକୁ ରୋମନ୍ଥନ କରିବା ସହ ତାଙ୍କ ଭଲରେ ମନ୍ଦରେ ଠିଆ ହୋଇଥିବା ସମସ୍ତ ସାହିତ୍ୟିକଙ୍କୁ ଆଶିର୍ବାଦ ଓ ଧନ୍ୟବାଦ ସହ କୃତଜ୍ଞତା ଜଣାଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ଶର୍ମିଲା ଦତ୍ତ, ଚିତ୍ତରଞ୍ଜନ ମିଶ୍ର, ଶ୍ରୀନିବାସ ସାହୁ, ବିଜୟ ପାତ୍ର, ଭଜେନ୍ଦ୍ର ସାହୁ, ସ୍ମିତା ମିଶ୍ର, ନିରୁପମା ପାଣି, ବିଜୟଲକ୍ଷ୍ମୀ ପଟ୍ଟନାୟକ ପ୍ରମୁଖଙ୍କ ସହ ତାଙ୍କ ସ୍ନେହର ନାତିନାତୁଣୀ ଆରିୟନ, କବୀର, ସମୟିରା ଓ ସାୟୀରା ପ୍ରମୁଖ ଉପସ୍ଥିତ ଥିଲେ । ସୂଚନାଯୋଗ୍ୟ ଯେ ଲୋପାମୁଦ୍ରା ମହାନ୍ତି କଥା ସମ୍ରାଟ ସୁରେନ୍ଦ୍ର ମହାନ୍ତିଙ୍କ କନ୍ୟା ଅଟନ୍ତି ।

jittmm
Leave A Reply

Your email address will not be published.