pakka

ଦିବ୍ୟଙ୍ଗତ ଶିକ୍ଷକ ଶରତ କୁମାର ସାହୁଙ୍କ ସ୍ମୃତିଚାରଣ ସଭା

bbehera

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ମହତ ଚିନ୍ତା ଓ ଚେତନା ଗୁରୁମାନଙ୍କୁ ଚିରଞ୍ଜିବୀ କରିଥାଏ । ଗୁରୁମାନଙ୍କର ବାସ୍ତବ ମୃତ୍ୟୁ ନଥାଏ । ତାଙ୍କର ପାର୍ଥୀବ ଶରୀର ପଞ୍ଚ ମହାଭୂତରେ ଲୀନ ହେଲେ ବି ସେମାନଙ୍କର ମ଼ହାନୁଭବ ଚିନ୍ତା ଓ ଚେତନା ସମାଜରେ ଚିରଞ୍ଜିବୀ ହୋଇ ରହିଥାଏ ବୋଲି କଲ୍ୟାଣପୁର ନୋଡାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଦିବ୍ୟଙ୍ଗତ ଶିକ୍ଷକ ଶରତ କୁମାର ସାହୁଙ୍କ (୫୮) ସେବତୀପୁର ପଶ୍ଚିମ ପାରିଠାରେ ଅନୁଷ୍ଠିତ ସ୍ମୃତିଚାରଣ ସଭାରେ ଶିକ୍ଷାବିତ୍ ଓ ବୁଦ୍ଧିଜୀବୀମାନେ ମତବ୍ୟକ୍ତ କରିଛନ୍ତିି । ସ୍ଵର୍ଗତ ସାହୁ ସମସ୍ତ ବେଦନାକୁ ନିଜ ଭିତରେ ରଖି ଜଣେ ଉଦାର ଓ ସହନଶୀଳ ଶିକ୍ଷକ ଭାବେ ସମାଜରେ ପରିଚୟ ସୃଷ୍ଟି କରିଥିଲେ । ଗଣିତ ଓ ଅନ୍ୟ ବିଷୟ ଶିକ୍ଷାଦାନରେ ସେ ସୁନାମ ଅର୍ଜନ କରି କଣାସ ବ୍ଲକରୁ ଡେଲାଙ୍ଗ ପର୍ଯ୍ୟନ୍ତ ସମସ୍ତଙ୍କର ଆଦରଣୀୟ ଥିଲେ । ବିଶିଷ୍ଟ ଶିକ୍ଷାବିତ୍ କରୁଣାକର ମହାପାତ୍ରଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ଏହି ସଭାରେ ଶିଶୁ ସାହିତ୍ୟିକ ଡ. ହେମନ୍ତ କୁମାର ଛୋଟରାୟ, ଶିକ୍ଷାବିତ୍ ଚକ୍ରଧର ପ୍ରଧାନ, ଜଟାଧାରୀ ପରିଡ଼ା, ଜମେଶ୍ୱର ମୁଦୁଲି, ନିରଞ୍ଜନ ସାହୁ, ଅଧ୍ୟାପିକା ସୌଦାମିନୀ ପାଇକରାୟ, ପ୍ରଧ୍ୟାପକ ଶଶାଙ୍କ ଚୂଡ଼ାମଣି, କୃଷକ ନେତା ଅଶୋକ ପ୍ରଧାନ, ସମାଜସେବୀ ଅଜୟ ମାନ୍‌ଧାତା, ସିଆର୍‌ସିସି କୃତିବାସ ପରିଡ଼ା, କବି ତଥା ସୁନାମ ଧନ୍ୟ ଶିକ୍ଷକ ଜାମିନକାନ୍ତ ନାୟକ, ଶିକ୍ଷକ ପ୍ରଶାନ୍ତ ଦାସ, ରାଜ୍ୟ ସଂଘ ଶିକ୍ଷକ ନେତା ପବିତ୍ର ମୋହନ ଜେନାଙ୍କ ସହ ଦୟାନିଧି ମାର୍ଥା, ରମେଶ ବଳବନ୍ତରାୟ, ଗୋପାଳ ମହାପାତ୍ର, ଅଭୟ ଚରଣ ସାହୁ, ସୁଧୀର ଜେନା, ଶିକ୍ଷୟିତ୍ରୀ ସରୋଜିନୀ ପ୍ରଧାନ, ସଚିବାଳା ପ୍ରଧାନ ଯୋଗଦେଇ ଶରତ ସାର୍‌ଙ୍କ ଜୀବନଶୈଳୀ ଓ ଶିକ୍ଷାଦାନ ଉପରେ ଆଲୋକପାତ କରି ଆତ୍ମାର ସଦ୍‌ଗତି କାମନା କରିଥିଲେ । ସ୍ଵର୍ଗତ ସାହୁଙ୍କ ଅନ୍ତରଙ୍ଗ ଛାତ୍ର ବିଭୂତି ଭୂଷଣ ପାଇକରାୟ, ଅନିରୁଦ୍ଧ ଜଗଦେବ, କୃଷ୍ଣଚନ୍ଦ୍ର ବାରିକ, ମାନସ ରାଉତ, ଛାତ୍ରୀ ମନସ୍ୱିନୀ, ସ୍ଵାଗତିକା, ମାମାଲି, ପ୍ରଜ୍ଞାପରମିତା, ଶିକ୍ଷାବିତ୍ ପ୍ରମୋଦ ମିଶ୍ର, ସହକର୍ମୀ ମହେନ୍ଦ୍ର ତ୍ରିପାଠୀ, ସହପାଠୀ ଶିକ୍ଷକ ଗଦାଧର ପ୍ରଧାନ, ଅତି ନିକଟତର ଶିକ୍ଷୟିତ୍ରୀ ସୁଧାଂଶୁବାଳା ପ୍ରଧାନ ଓ ସବିତା ସାହୁଙ୍କ କୋହଶିକ୍ତ କଣ୍ଠରୁ ତାଙ୍କ ଶିକ୍ଷା ଓ ସୁଚରିତ୍ର ବର୍ଣ୍ଣନାରେ ସଭାଟି ଶୋକମୟ ହୋଇଉଠିଥିଲା । ଶିକ୍ଷୟିତ୍ରୀ ବିଳାସିନୀ ଆଚାର୍ଯ୍ୟ ଓ ଅବସରପ୍ରାପ୍ତ ଶିକ୍ଷୟିତ୍ରୀ ମଳୟପ୍ରଭା ଦେଇ କବିତାରେ ତାଙ୍କ ଗୁଣଗାନ କରିଥିଲେ । ଶାରୀରିକ ଶିକ୍ଷା ପ୍ରଶିକ୍ଷକ ବଟକୃଷ୍ଣ ଜେନା ପ୍ରତିବର୍ଷ ଶରତ ସାର୍‌ଙ୍କ ସ୍ମୃତି ଉଦ୍ଦେଶ୍ୟରେ ମେଧାବୀ ଛାତ୍ରଛାତ୍ରୀଙ୍କୁ ପୁରସ୍କୃତ କରିବାକୁ ପ୍ରସ୍ତାବ ଦେଇଥିଲେ । ଶିକ୍ଷକ ଜାମିନକାନ୍ତ ନାୟକଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ସଭା ଶୃଙ୍ଖଳାର ସହ ପରିଚାଳିତ ହୋଇଥିଲା । ଶିକ୍ଷକ ପ୍ରଦୀପ କୁମାର ପ୍ରଧାନ, କଲ୍ୟାଣପୁର ନୋଡାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ସମସ୍ତ ଶିକ୍ଷକ, ଶିକ୍ଷୟିତ୍ରୀ, ସଭାପତି, ଗଡମାଟିଆପଡା ଉଚ୍ଚ ବିଦ୍ୟାଳୟର ପ୍ରାକ୍ତନ ଛାତ୍ରଛାତ୍ରୀ, ସହକର୍ମୀ, ଗ୍ରାମବାସୀ, ପରିବାର ଓ ବନ୍ଧୁବର୍ଗଙ୍କ ମିଳିତ ସହଯୋଗରେ ସ୍ମୃତିସଭା ଆୟୋଜିତ ହୋଇଥିଲା । ଶିକ୍ଷକ, ଶିକ୍ଷୟିତ୍ରୀଙ୍କ ପରିବାର ତରଫରୁ ପବିତ୍ର ଜେନା, ଅଭିମନ୍ୟୁ ପ୍ରଧାନଙ୍କ ନେତୃତ୍ୱରେ ଶିକ୍ଷକ, ଶିକ୍ଷୟିତ୍ରୀମାନେ ତାଙ୍କର ଦୁଇକନ୍ୟା ପ୍ରତିଷ୍ଣା ଓ ରିତିଷ୍ଣାଙ୍କୁ ଭେଟି ଗଭୀର ସମଵେଦନା ଜଣାଇବା ସହ କିଛି ଅର୍ଥ ରାଶି ପ୍ରଦାନ କରିଥିଲେ । ସଭାରେ ଶିକ୍ଷକ କୁନ୍ତୁଳ ଧବଳେଶ୍ଵର, ମଙ୍ଗୁଳି ପରିଡା, ସମାପିକା ପ୍ରଧାନ, ଗୋଲାପ ଦେଇ, ବିନୋଦିନୀ ରାଉତ, ପ୍ରସନ୍ନ ପାତ୍ର, ବାସୁଦେବ ମୁର୍ମୁ, ମହେଶ୍ୱର ପ୍ରଧାନ, ମାନସ ସ୍ଵାଇଁ, ହୃଷିକେଶ ବଳିୟାରସିଂହ, ସୁରେନ୍ଦ୍ର ନାୟକ, ସିଆର୍‌ସିସି ଲୋକନାଥ ପ୍ରଧାନଙ୍କ ସହ ଅନ୍ୟମାନେ ଉପସ୍ଥିତ ଥିଲେ । ସଭାରେ ଗଡମାଟିଆପଡା ଉଚ୍ଚ ବିଦ୍ୟାଳୟର ପ୍ରାକ୍ତନ ଛାତ୍ରଛାତ୍ରୀଙ୍କ ପକ୍ଷରୁ ତାଙ୍କ ଉଦ୍ଦେଶ୍ୟରେ ଏକ ସ୍ମୃତି ଆଲେଖ୍ୟ କନ୍ୟାଙ୍କୁ ପ୍ରଦାନ କରାଯାଇଥିଲା । ଭାଇ ଓ ବନ୍ଧୁ ବଟକୃଷ୍ଣ, ସଚିକାନ୍ତ, ସୁକାନ୍ତ, ମାଗୁଣି ଧୁମା, ଦୈତାରୀ ଓ ଦୁଇକନ୍ୟା ସମସ୍ତଙ୍କୁ କୃତଜ୍ଞତା ଜ୍ଞାପନ କରିଥିଲେ ।

jay balangir
Leave A Reply

Your email address will not be published.

15 + 7 =

error: Content is protected !!