jsm

ମାହେଶ୍ୱରୀ ସଂଗଠନର ସପ୍ତମ ବାର୍ଷିକ ଉତ୍ସବ ପାଇଁ ପ୍ରସ୍ତୁତି ବୈଠକ

csstore

ବଲାଙ୍ଗିର, (ଦେବାଶିଷ ମିଶ୍ର) : ସ୍ଥାନୀୟ ବାଳିକା ଉଚ୍ଚ ବିଦ୍ୟାଳୟରେ ମାହେଶ୍ୱରୀ ସଂଗଠନର ସପ୍ତମ ବାର୍ଷିକ ଉତ୍ସବ ପାଳନ କରିବା ପାଇଁ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ସହରର ଅଗ୍ରଣୀ ସ୍ୱେଚ୍ଛାସେବୀ ସଂଗଠନ ମାହେଶ୍ୱରୀର ପସ୍ତମ ବର୍ଷ ପୂର୍ତ୍ତି ଉପଲକ୍ଷେ ଜିଲ୍ଲାର ବିଭିନ୍ନ ବ୍ଲକରେ ରକ୍ତଦାନ ଶିବର, ଯୌନ ଶିକ୍ଷା ଉପରେ ସଚେତନା ଶିବିର, ସାଂସ୍କୃତିକ କାର୍ଯ୍ୟକ୍ରମ ଦ୍ୱାରା ସ୍ୱଚ୍ଛତା ସେବାର ଆୟୋଜନ କରିଆସିଛି । ଆଜିର ସଭାରେ ମାହେଶ୍ୱରୀ ସଂଗଠନର ପରିଚାଳନା ନିର୍ଦ୍ଦେଶକ ଅଙ୍କୁଶ କୁମାର ପାଣ୍ଡିଆ ସଭା ପରିଚାଳନା କରିଥିବା ବେଳେ ସଭାପତି ଶୋଭନ ଅଗ୍ରୱାଲ ବାର୍ଷିକ ଉତ୍ସବ ପାଇଁ କାର୍ଯ୍ୟକ୍ରମ ସୂଚୀ ବୈଠକରେ ଉପସ୍ଥାପନ କରିଥିଲେ । ମାହେଶ୍ୱରୀ ସଂଗଠନର ବିଭିନ୍ନ ଶାଖାର ସଭାପତି ଏବଂ ସଂଯୋଜକ ଯଥାକ୍ରମେ ଆଗଲପୁର, ତରଭା, ଖପ୍ରାଖୋଲ, ପାଟଣାଗଡ, କୁଡାସିଂହା, ପୁଇଁନ୍ତଲା, ଟିଟିଲାଗଡ ଉପସ୍ଥିତ ରହି ନିଜର ମତବ୍ୟକ୍ତ କରିଥିଲେ । ଆସନ୍ତା ଏପ୍ରିଲ ୧୧ରେ ସେବା ଓ ସହାୟତାର ସପ୍ତମ ବାର୍ଷିକ ଉତ୍ସବ ବହୁ ଧୁମ୍‌ଧାମ୍‌ରେ ପାଳନ କରାଯିବ । ଶେଷରେ ମାହେଶ୍ୱରୀ ମହିଳା ଶାଖାର ସଦସ୍ୟ ସ୍ମରଣିକା ନାୟକ ଧନ୍ୟବାଦ ଅର୍ପଣ କରିଥିଲେ । ଏହି ସଭାରେ ଇଶିକା ଦାଶ, ବୈଶାଳି ବହିଦାର, ବନିତା ନାଗ, ତୃପ୍ତିମୟୀ ମହାପାତ୍ର, ମାନସ ରଞ୍ଜନ ସାହୁ, ଶିବାନନ୍ଦ ସାହାଣୀ, କରନ ବେହେରା, ଦେବାଶିଷ ପାଣ୍ଡିଆ, ପ୍ରମୋଦ କୁମାର ସାହୁ, ଅଙ୍ଗଦ ପଧାନ, ଲୋକନାଥ ପଧାନ, ଅପ୍ରମିତ ପରିଚ୍ଛା, ଶିବ ପ୍ରସାଦ ମିଶ୍ର, ସରୋଜ କୁମାର ସାହୁ, ନିରୋଜ ପଟେଲ, ମମତା ସାହୁ, ରାଜେଶ୍ୱରୀ ହୋତା, ପ୍ରଦୀପ ମେହେର, ସୋମ ମିଶ୍ର, ରୀମା ବନୁଆ, ଗୀତାଞ୍ଜଳି ଦାସ, ସୁଶ୍ରୀତା ଠାକୁର, ମାନ ସାହୁ, ଜ୍ୟୋତିମୟ ସାହୁ, ପଂଶଳ ନାଗ, ବୀର ବାଗ, ସୌମ୍ୟ ରଞ୍ଜନ ବେହେରା, ପ୍ରକାଶ ମେହେର, ମଣ୍ଟୁ ପଧାନ, ସୀତାରାମ ସାହୁ, ଶୁଭ୍ରଜିତ ମେହେର, ସୋମନାଥ ଘିଭେଲା, ପ୍ରବୀଣ ବହିଦାର ପ୍ରମୁଖ ସହଯୋଗ କରିଥିଲେ ।

yuvodaya
Leave A Reply

Your email address will not be published.