ଇଲୋକ୍ଟ୍ରୋରାଲ ବଣ୍ଡ ପ୍ରସଙ୍ଗ : ପ୍ରଧାନମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀଙ୍କ ଇସ୍ତାଫା ଦାବି କଲେ ନରସିଂହ

ବଲାଙ୍ଗିର, (କେପିଏନ୍‌ଏସ୍‌) : ନା ଖାଉଙ୍ଗା ନା ଖାନେ ଦୁଙ୍ଗା ନାରା ଦେଉଥିବା ଦେଶର ପ୍ରଧାନମନ୍ତ୍ରୀ ୨୦୧୮ ମସିହାରେ ଇଲେକ୍ଟ୍ରୋରାଲ ବଣ୍ଡ ମାଧ୍ୟମରେ ନିଜର ଦଳିୟ ପାଣ୍ଠି ବଢାଇବା ପାଇଁ ଏକ ଜନବିରୋଧି ଆଇନ ଆଣିଥିଲେ । ଯାହାକୁ କି କଂଗ୍ରେସ ସରକାର ଏହା ଅସମ୍ବିଧାନିକ ବୋଲି ତୀବ୍ର ବିରୋଧ କରିଥିଲା କିନ୍ତୁ ଏକଛତ୍ରବାଦୀ କେନ୍ଦ୍ର ସରକାର ଏହାକୁ ସମୂଳେ ଅଗ୍ରାହ୍ୟ କରି ବିଭିନ୍ନ କମ୍ପାନୀଠାରୁ ବେଆଇନ ଚାନ୍ଦା ଅସୁଲିରେ ଲାଗି ପଡିଲେ । ଠିକ ସେହିପରି ରାଜ୍ୟରେ ଥିବା ନବୀନ ସରକାର ସମାନ ରାସ୍ତା ଆପଣାଇ ଶହ ଶହ କୋଟି ଟଙ୍କାର ଦଳୀୟ ପାଣ୍ଠି ବିଭିନ୍ନ ଖଣି ଖାଦାନ କମ୍ପାନୀରୁ ଅସୁଲି କରିବାରେ ଲାଗିଲେ ଯାହାକୁ କି ମାନ୍ୟବର ସୁପ୍ରିମକୋର୍ଟ ତୀବ୍ର ଭର୍ସନା କରିବା ସହ ଏହା ସବିଶେଷ ତଥ୍ୟ ନିର୍ବାଚନ କମିଶନକୁ ଅତିଶିଘ୍ର ପ୍ରଦାନ କରିବା ପାଇଁ ନିର୍ଦ୍ଦେଶ ଦେଇ ସୁଚେଇ ଦେଇଛନ୍ତି ଯେ ଦେଶର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ରାଜ୍ୟର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟ ଅନୈତିକ ଉପାୟରେ ହଜାର ହଜାର କୋଟି ଟଙ୍କାର ଚାନ୍ଦା ବିଭିନ୍ନ ଖଣି କମ୍ପାନୀଠାରୁ ଅସୁଲି କରିଛନ୍ତି । ତେଣୁ ଏମାନେ ନୈତିକତା ଦୃଷ୍ଟିରୁ ଇସ୍ତାଫା ଦେବା ଦରକାର ବୋଲି ସ୍ଥାନୀୟ ହୋଟେଲ ସେଲିବ୍ରେସନର ସମ୍ମିଳନୀ କକ୍ଷରେ ଏକ ସମ୍ବାଦିକ ସମ୍ମିଳନୀ ମାଧ୍ୟମରେ ମାନ୍ୟବର ବଲାଙ୍ଗିର ବିଧାୟକ ନରସିଂହ ମିଶ୍ର ଦାବି କରିଛନ୍ତି । ସେ ଏହି ଅବସରରେ ଏହା ମଧ୍ୟ କହିଛନ୍ତି ଯେ କେନ୍ଦ୍ର ସରକାରଙ୍କ ଇଲେକ୍ଟ୍ରୋରାଲ ବଣ୍ଡ ଆଣିବା ସମ୍ମୁର୍ଣ୍ଣ ଅସମ୍ବିଧାନିକ ଓ ଏହା ଚୋରି ଏକ ମାଧ୍ୟମ ଅଟେ । କାରଣ ଏହି ବଣ୍ଡ ମାଧ୍ୟମରେ କିଏ କେତେ ଟଙ୍କା ପ୍ରଦାନ କରିଛି ତାହା ସର୍ବସାଧାରଣ ହୋଇ ପାରିବ ନାହିଁ । ଏପରି କି ଏହା ସୂଚନା ଅଧିକାର ଆଇନ ପରିସରରେ ମଧ୍ୟ ଯେପରି ରହିବ ନାହିଁ ତାହାର ବ୍ୟବସ୍ଥା ମୋଦି ସରକାର କରିଛନ୍ତି । ତେଣୁ ଏହାକୁ ନେଇ ସୁପ୍ରିମକୋର୍ଟରେ ଏକ ଯାଚିକା ଦାୟର ହୋଇଥିଲା । ଯାହାକୁ କି ଗ୍ରହଣ କରି ମାନ୍ୟବର ସୁପ୍ରିମକୋର୍ଟ କେନ୍ଦ୍ର ସରକାରକୁ ତୀବ୍ର ଭର୍ସନା କରିବା ସହ ଷ୍ଟେଟ ବ୍ୟାଙ୍କ ଅଫ୍ ଇଣ୍ଡିଆକୁ ଇଲୋକ୍ଟ୍ରୋରାଲ ବଣ୍ଡର ସମସ୍ତ ତଥ୍ୟ ପ୍ରଦାନ କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ । ଷ୍ଟେଟ ବ୍ୟାଙ୍କ ଅଫ୍ ଇଣ୍ଡିଆ ତଥ୍ୟ ପ୍ରଦାନ ପାଇଁ ୩ ମାସ ସମୟ ମାଗିଥିଲା । ଯାହାକୁ ସୁପ୍ରିମକୋର୍ଟ ଅଗ୍ରାହ୍ୟ କରିବା ସହ ତୁରନ୍ତ ତଥ୍ୟ ପ୍ରଦାନ ପାଇଁ ନିର୍ଦ୍ଦେଶ ଦେଇଥିଲେ ଏବଂ ଆଶ୍ଚର୍ଯ୍ୟଜନକ କଥା ଷ୍ଟେଟ ବ୍ୟାଙ୍କ ଅଫ୍ ଇଣ୍ଡିଆ ଧାର୍ଯ୍ୟ ସମୟ ମଧ୍ୟରେ ଦେଇଥିବା ତଥ୍ୟ ଅସମ୍ପୁର୍ଣ୍ଣ ଥିବା ହେତୁ ପୁନଶ୍ଚ ମାନ୍ୟବର ସୁପ୍ରିମକୋର୍ଟ ଭାରତର ନିର୍ବାଚନ କମିଶନକୁ ସମସ୍ତ ତଥ୍ୟ ତତ୍‌କ୍ଷଣାତ ପ୍ରଦାନ କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ ଏବଂ ପ୍ରଦାନ କରାଯାଇଥିବା ତଥ୍ୟରୁ ବର୍ତ୍ତମାନ ସ୍ପଷ୍ଟ ଜଣାପଡୁଛି ଯେ ଇଲେକ୍ଟ୍ରୋରାଲ ବଣ୍ଡ ମାଧ୍ୟମରେ ପ୍ରଦାନ କରାଯାଇଥିବା ଅର୍ଥ ରାଶିର ସିଂହଭାଗ ପରିମାଣ ବିଭିନ୍ନ ଖଣି, ଖାଦାନ କମ୍ପାନୀରୁ ଭାରତୀୟ ଜନତା ପାର୍ଟି ଓ ରାଜ୍ୟର ବିଜେଡି ଦଳକୁ ଯାଇଛି ଏବଂ ଯେଉଁମାନେ ଦେଇଛନ୍ତି ସେହିମାନଙ୍କ ବିରୁଦ୍ଧରେ ପୂର୍ବରୁ ଇଡି, ଆୟକର ବିଭାଗର ଚଢ଼ାଉ ଚାଲିଥିଲା ଏବଂ ବଣ୍ଡ ମାଧ୍ୟମରେ ଅର୍ଥ ପ୍ରଦାନ କରିସାରିବା ପରେ ଏହି କମ୍ପାନୀ ଗୁଡିକର ବିରୁଦ୍ଧରେ ଚାଲିଥିବା ଅନୁସନ୍ଧାନ ସମ୍ପୁର୍ଣ୍ଣ ବନ୍ଦ କିମ୍ବା ଅନୁସନ୍ଧାନକୁ ବାଟବଣା କରାଯାଇଥିଲା । ଏଥିରୁ ସ୍ପଷ୍ଟ ଜଣାପଡୁଛି ଯେ ଅନୈତିକ ଭାବେ ଉଭୟ ମୋଦି ସରକାର ଏବଂ ନବୀନ ସରକାର ହଜାର ହଜାର କୋଟି ଟଙ୍କାର ବେଆଇନ ଚାନ୍ଦ ଅସୁଲି କରିଛନ୍ତି । ରାଜ୍ୟ ବିଧାନସଭାରେ ମଧ୍ୟ ଗୋଟିଏ ନିର୍ଦ୍ଦିଷ୍ଟ କମ୍ପାନୀର ୮ କୋଟି ଟଙ୍କାର ଅର୍ଥ ରାଶି ଦଳୀୟ ପାଣ୍ଠି ହିସାବରେ ବିଜୁ ଜନତା ଦଳର ବ୍ୟାଙ୍କ ଏକାଉଣ୍ଟରେ ଜମା ହୋଇଥିଲା । ଯାହାକୁ କି ମାନ୍ୟବର ବଲାଙ୍ଗିର ବିଧାୟକ ସେତେବେଳେ ରାଜ୍ୟ ବିଧାନସଭାରେ ବିରୋଧି ଦଳ ନେତା ଭାବରେ ଅନୁସନ୍ଧାନ ପାଇଁ ଦାବି କରିଥିଲେ ଏବଂ ଦୁଃଖର କଥା ବିଧାନସଭାରେ ଏହି ଦାବି କରିବା ମାତ୍ରେ ସରକାରୀ ଦଳର ବିଧାୟକମାନେ ତତ୍‌କାଳିନ ବିରୋଧିଦଳ ନେତା ନରସିଂହ ମିଶ୍ରଙ୍କ ଇସ୍ତାଫା ଦାବି କରିବା ସହ କୁଶପୁତ୍ତଳିକା ଦାହ କରିଥିଲେ । ତେଣୁ ଆଜି ମାନ୍ୟବର ସୁପ୍ରିମକୋର୍ଟଙ୍କ ଦ୍ୱାରା ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବେଆଇନ ଚାନ୍ଦା ଅସୁଲି ପର୍ଦ୍ଦାଫାସ ହୋଇଛି । ଯାହାର କି ଆମେ କଂଗ୍ରେସ ଦଳ ତରଫରୁ ସିବିଆଇ ଅନୁସନ୍ଧାନ ଦାବି କରୁଛୁ ଏବଂ ତା ପୂର୍ବରୁ ଉଭୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିଜ ପଦବିରୁ ଇସ୍ତଫା ଦିଅନ୍ତୁ ବୋଲି ବିଧାୟକ ଶ୍ରୀ ମିଶ୍ର ଦାବି କରିଛନ୍ତି । ଏ ଅବସରରେ ବିଧାୟକ ଶ୍ରୀ ମିଶ୍ର ନିର୍ବାଚନ ପରିପ୍ରେକ୍ଷୀରେ ଦଳ ତରଫରୁ ଦିଆଯାଇଥିବା ଗ୍ୟାରେଣ୍ଟି ଉପରେ ସୂଚନା ଦେଇଥିଲେ । କଂଗ୍ରେସ ଦଳ ସରକାରକୁ ଆସିଲେ ଧାନ କ୍ୱିଣ୍ଟାଲ ୩୦୦୦ ଟଙ୍କା, କୃଷିଋଣ ମାଫ ଏବଂ ଚାଷୀଙ୍କୁ ୨୦୦୦ ଟଙ୍କାର ପେନ୍‌ସନ୍‌ ଦିଆଯିବାର ବ୍ୟବସ୍ଥା କରାଯିବ । ଠିକ୍ ସେହିପରି ୨୦୦ ୟୁନିଟ ପର୍ଯ୍ୟନ୍ତ ବିଜୁଳି ବିଲ୍ ଫ୍ରି କରାଯିବ । ରାଜ୍ୟରେ ୫ ଲକ୍ଷ ଯୁବକଙ୍କୁ ନିଯୁକ୍ତି ପ୍ରଦାନ କରାଯିବ । ଯୁବକ ବେକାର ଥିଲେ ସେମାନଙ୍କୁ ମାସିକ ୩ହଜାର ଟଙ୍କାର ବେକାରି ଭତ୍ତା ଏବଂ ମହିଳା ସ୍ୱୟଂ ସହାୟିକା ଗୋଷ୍ଠିଙ୍କ ସମସ୍ତ ଋଣ ମାଫ କରାଯିବ । ଦଳ ସରକାରକୁ ଆସିଲେ ଗୃହଲକ୍ଷ୍ମୀ ଯୋଜନା ମାଧ୍ୟମରେ ଗୃହର ମହିଳା ମୁଖିଆଙ୍କୁ ୨ହଜାର ଟଙ୍କାର ପେନ୍‌ସନ୍‌, ମାସିକ ଗୋଟିଏ ଗ୍ୟାସ ୫୦୦ ଟଙ୍କାରେ ପ୍ରଦାନ କରାଯିବ ଏବଂ ପ୍ରତ୍ୟେକ ବର୍ଗର ଲୋକ ୨୫ ଲକ୍ଷଟଙ୍କାର ଦେୟମୁକ୍ତା ଚିକିତ୍ସା, ବାର୍ଦ୍ଧକ୍ୟ ଭତ୍ତା, ବିକଳାଙ୍ଗ ଏବଂ ବିଧବା ଭତ୍ତାକୁ ୨୦୦୦ ଟଙ୍କା ପର୍ଯ୍ୟନ୍ତ ପ୍ରଦାନ କରାଯିବ, ଶିକ୍ଷା ଓ ନିଯୁକ୍ତି କ୍ଷେତ୍ରରେ ଅନଗ୍ରସର ବର୍ଗଙ୍କୁ ୨୭% ପର୍ଯ୍ୟନ୍ତ ସଂରକ୍ଷଣ ପ୍ରଦାନ କରାଯିବ ବୋଲି ବିଧାୟକ ଶ୍ରୀ ମିଶ୍ର କହିଥିଲେ । ଆଜିର ଏହି ସାମ୍ବାଦିକ ସମ୍ମିଳନୀରେ ଜିଲ୍ଲା ଉପସଭାପତି ମନୀଷ ମିଶ୍ର, ସନ୍ତକ ବହିଦାର, ଜିଲ୍ଲା ମୁଖପାତ୍ର ଅଜୟ ବାଲି ଏବଂ ନଗର ସଭାପତି ବୁଲୁ ଦାନି ପ୍ରମୁଖ ମଂଚାସିନ ଥିଲେ ।

Leave A Reply

Your email address will not be published.

4 × one =