centurian jitm

ଆନ୍ଧ୍ରପ୍ରଦେଶରେ ହେବାକୁ ଥିବା ଜାତୀୟ ସବ୍‌ ଜୁନିଅର ଅସି ଚାଳନା ପ୍ରତିଯୋଗିତାରେ ଓଡିଶା ଦଳରେ ୧୯ ଜଣ ଖେଳାଳି ମନୋନୀତ

nschool

ବଲାଙ୍ଗିର, (କେପିଏନ୍‌ଏସ୍‌) : ଜାତୀୟ ଅସି ଚାଳନା ସବ୍‌ ଜୁନିଅର ପ୍ରତିଯୋଗିତାକୁ ଦୃଷ୍ଟିରେ ରଖି ରାଜ୍ୟ କ୍ରୀଡା ବିଭାଗ ଓଡିଶାଙ୍କ ସହଯୋଗରେ ବଲାଙ୍ଗିର ରାଜେନ୍ଦ୍ର ନାରାୟଣ ସିଂହଦେଓ ସ୍ପୋର୍ଟ୍ସ କଂପ୍ଲେକ୍ସରେ ଗତ ୨ ମାର୍ଚ୍ଚରୁ ରାଜ୍ୟ ଅସି ଚାଳନା କ୍ୟାମ୍ପ ଅନୁଷ୍ଠିତ ହୋଇଯାଇଛି । ଏହି କ୍ୟାମ୍ପକୁ ଭୁବନେଶ୍ୱର ଅସି ଚାଳନା ଏକାଡେମୀର କୋଚ୍‌ ସୁକାନ୍ତ କୁମାର ସେଠ, ବଲାଙ୍ଗିର ସ୍ପୋର୍ଟ୍ସ ହଷ୍ଟେଲର କୋଚ୍‌ ରୋଶନ ସାହୁ ଏବଂ ଅନ୍ୟାଶା ରାଉତ ପରିଚାଳନା କରିଥିଲେ । ଏହି କ୍ୟାମ୍ପରେ ମୋଟ ୩୫ ଜଣ ଖେଳାଳି ଯୋଗ ଦେଇଥିଲେ । ସେଥି ମଧ୍ୟରୁ ୧୯ ଜଣ ଖେଳାଳିଙ୍କୁ ଚୟନ କରାଯାଇଛି । ସେମାନେ ଆସନ୍ତା ୨୫ ମାର୍ଚ୍ଚରୁ ୨୮ ମାର୍ଚ୍ଚ ପର୍ଯ୍ୟନ୍ତ ରାଜା ମହେନ୍ଦ୍ରବାରମ୍‌ ଆନ୍ଧ୍ରପ୍ରଦେଶରେ ସବ୍‌ ଜୁନିଅର ଅସି ଚାଳନା ପ୍ରତିଯୋଗିତାରେ ଭାଗ ନେବେ ବୋଲି ଯୁଗ୍ମ ସମ୍ପାଦକ ସୁମିତ ରଞ୍ଜନ ପୁରୋହିତ ସୂଚନା ଦେଇଛନ୍ତି । ବାଳକ ଦଳରେ ଲିଖିତ କୁମାର ବିଶ୍ୱାଳ, ନିଶାଙ୍କ ଶେଖର ପଟେଲ, ଆଦିତ୍ୟ ଶର୍ମା, ରୀତିଶ କୁମାର ପରିଡା, ସ୍ୱାଗତ ପଟେଲ, ଓଁକାର ପଟେଲ, ପଦ୍ମଲୋଚନ ନାଏକ, ଦେବାଶିଷ ପଟେଲ, ଶାଶ୍ୱତ ପଟେଲ କାହ୍ନା ଗଡ଼ତିଆ, ବିଭୁତି ଶଙ୍କର ପଟେଲ, ଓମଶଙ୍କର ପଟେଲ ମନୋନୀତ ହୋଇଥିବା ବେଳେ ବାଳିକା ଦଳରେ ଝିଲି ସେଠ, ଜିଜ୍ଞାସା ମହାନ୍ତି, ସାରିକା ପଟେଲ, ଶ୍ରୀୟ ଶ୍ରୁତି ପଟେଲ, ଝରଣା ସେଠ, ସିୟୋନା ପଟ୍ଟନାୟକ, ନମ୍ରତା ପଟେଲ ମନୋନୀତ ହୋଇଛନ୍ତି । ଖେଳାଳୀମାନଙ୍କ ସହ ପ୍ରବନ୍ଧକ ସୁଭଦ୍ରା ବେହେରା, ସ୍ୱପ୍ନା ସେଠ ପ୍ରଶିକ୍ଷକ ସୁକାନ୍ତ ସେଠ, ରୋଶନ ସାହୁ ଯାଉଥିବା ସୂଚନା ଦିଆଯାଇଛି । ଏନେଇ ଆଜି ଆୟୋଜିତ ଏକ ସମାରୋହରେ ରାଜ୍ୟ ଅସି ଚାଳନା ସଂଘର ଯୁଗ୍ମ ସମ୍ପାଦକ ସୁମିତ ରଞ୍ଜନ ପୁରୋହିତ ସଭା ପରିଚାଳନା କରିଥିଲେ ଏବଂ ରାଜ୍ୟ ଅସି ଚାଳନା ସଂଘର ସଭାପତି ଅନଙ୍ଗ ଉଦୟ ସିଂହଦେଓ ଜାତୀୟ ସ୍ତରରେ ଭଲ ପ୍ରଦର୍ଶନ କରିବା ପାଇଁ ଖେଳାଳିମାନଙ୍କୁ ଉତ୍ସାହିତ କରିଥିଲେ । କୈଳାସ ମାଝି, ବୁନୁ ପଟ୍ଟନାୟକ, ସୁଦାମ ଧରୁଆ କାର୍ଯ୍ୟକ୍ରମ ଆୟୋଜନରେ ସହଯୋଗ କରିଥିଲେ ।

Leave A Reply

Your email address will not be published.

error: Content is protected !!