oom

ମାଲପଡା ସ୍କୁଲ ପୂରାତନ ଛାତ୍ରଛାତ୍ରୀଙ୍କ ସଫେଇ ଅଭିଯାନ

jsmm

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ମାଲପଡା ୟୁଜିଏମ୍‌ଇ ସ୍କୁଲର ୧୯୮୫ ବ୍ୟାଚ୍ ପୂରାତନ ଛାତ୍ରଛାତ୍ରୀ ମାନେ ଆଜି ମାଲପଡା ସ୍କୁଲ ସଫେଇ କରିବା ସହ ଏକ ମହତ ଉଦାହରଣ ପ୍ରସ୍ତୁତ କରିଛନ୍ତି । କିଛି ଦିନ ପୂର୍ବରୁ ସ୍କୁଲର ପ୍ରଧାନ ଶିକ୍ଷକଙ୍କ ଏହି ପୂରାତନ ଛାତ୍ର ମାନେ ସ୍କୁଲ ଭିତ୍ତିଭୂମିର ଉନ୍ନତି ଓ ଗୁଣାତ୍ମକ ଶିକ୍ଷାର ବିକାଶ ସଂପର୍କରେ ଆଲୋଚନା କରିଥିଲେ । ସେହି କ୍ରମରେ ଆଜି ସ୍କୁଲ ପରିସରରେ ଥିବା ଅଳିଆ ଅବର୍ଜନାକୁ ସଫା କରାଯାଇଥିବା ସୂଚନା ରହିଛି । ଆଜିର ଏହି ସଫେଇ କାର୍ୟ୍ୟକ୍ରମରେ ପୂରାତନ ଛାତ୍ରୀ ସ୍ୱେତାଲୀନା ଶତପଥୀ, ରୀନା ଡାଙ୍ଗ, କଳ୍ପନା ନନ୍ଦ, ପୂରାତନ ଛାତ୍ର ହରେରାମ ପଣ୍ଡା, ରୂପକ ବରାଳ, ନୀଲମଣୀ ହାତୀ, ରଘୁ ନନ୍ଦନ ସିଂହ, ସାର୍ତ୍ତିକ ବେହେରା, ଗୁଣନିଧି ପାତ୍ର, ସତ୍ୟ ଦନ୍ତା, କିଶୋର ଥନାପତି, ଭବାନି ସେଠ, ଦୁର୍ୟ୍ୟ ପ୍ରମୁଖ ସାମିଲ ଥିଲେ ।

jittmm
Leave A Reply

Your email address will not be published.