oom

ମୁରିବାହାଲରେ ଟିଟିଲାଗଡ଼ ଉପଖଣ୍ଡ ଡିଜିଟାଲ ମିଡିଆ ସଂଘ ଗଠିତ

jsmm

ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ବଲାଙ୍ଗିର ଜିଲ୍ଲା ଟିଟିଲାଗଡ଼ ଉପଖଣ୍ଡ ମୁରିବାହାଲ ସଦର ପଞ୍ଚାୟତ ରାଜୀବ ଭବନଠାରେ ଉପଖଣ୍ଡର ଡିଜିଟାଲ ମିଡିଆରେ କାର୍ଯ୍ୟରତ ସାମ୍ବାଦିକମାନଙ୍କୁ ନେଇ ଏକ ବୈଠକ ଅନୁଷ୍ଠିତ ହେବା ସହିତ ଟିଟିଲାଗଡ଼ ଉପଖଣ୍ଡ ଡିଜିଟାଲ ମିଡିଆ ସଂଘ ଗଠିତ ହୋଇଯାଇଛି । ବରିଷ୍ଠ ସାମ୍ବାଦିକ ତଥା ଆଇନଜୀବୀ ସତ୍ୟବ୍ରତ ପଣ୍ଡାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ସଂଘ ଗଠନରେ ସନ୍ତୋଷ କୁମାର ପଟ୍ଟନାୟକ ସଭାପତି, ନବିନ କୁମାର ତାଣ୍ଡି ଉପସଭାପତି, ଭବାନୀ ପ୍ରସାଦ ଷଡ଼ଙ୍ଗୀ ସମ୍ପାଦକ, ବାଳକୃଷ୍ଣ ମିଶ୍ର ସହସମ୍ପାଦକ, ଏମ୍‌ଡି ସାହିଲ କୋଷାଧ୍ୟକ୍ଷ ଭାବେ ନିର୍ବାଚିତ ହୋଇଥିବା ବେଳେ ସତ୍ୟଜିତ ଷଡ଼ଙ୍ଗୀ, ବନବିହାରି ଯୋଶୀ, କୃଷ୍ଣଚନ୍ଦ୍ର ମାଝୀ, ପ୍ରଦୀପ କୁମାର ସାହୁ, ନୀଳାମ୍ବର ବେହେରା, ଖଗେଶ୍ୱର ସାହୁ, ଦିନେଶ ଶର୍ମା, ସୁମନ୍ତ ମହାଲିଙ୍ଗ ପ୍ରମୁଖ କାର୍ଯ୍ୟକାରିଣୀ କମିଟି ସଦସ୍ୟ ଓ ସତ୍ୟବ୍ରତ ପଣ୍ଡା ପରାମର୍ଶଦାତା ଭାବେ ମନୋନୀତ ହୋଇଛନ୍ତି । ଏହି ସଂଘକୁ ଯଥାଶୀଘ୍ର ପଞ୍ଜିକରଣ କରାଯାଇ ଉପଖଣ୍ଡର ସମସ୍ତ ଡିଜିଟାଲ ମିଡିଆ ସାମ୍ବାଦିକଙ୍କୁ ସାମିଲ କରାଯିବ । ଏହା ସହିତ ଡିଜିଟାଲ ମିଡିଆରେ କାର୍ଯ୍ୟରତ ସାମ୍ବାଦିକମାନଙ୍କ ସ୍ୱାର୍ଥ ଓ ସୁରକ୍ଷା କଥା ଚିନ୍ତା କରାଯିବ । କେବଳ ସାମ୍ବାଦିକମାନଙ୍କ ସ୍ୱାର୍ଥ ନୁହେଁ ସମଗ୍ର ଟିଟିଲାଗଡ଼ ଉପଖଣ୍ଡର ବିକାଶ ପାଇଁ ବିଭିନ୍ନ ସମାଜ ମଙ୍ଗଳ କାର୍ଯ୍ୟ ହାତକୁ ନିଆଯିବ ବୋଲି ନବ ନିର୍ବାଚିତ କର୍ମକର୍ତ୍ତାମାନେ ଜଣାଇଛନ୍ତି ।

jittmm
Leave A Reply

Your email address will not be published.