oom

ସାମ୍ୱାଦିକ ସମ୍ମିଳନୀ ମାଧ୍ୟମରେ ଓଡ଼ିଶା ସରକାରଙ୍କୁ ଧନ୍ୟବାଦ ଦେଲା ମେହେର ସମାଜ

jsmm

ସିନାପାଲି, (ନିରାକାର ମେହେର) : ନିଖିଳ ଓଡ଼ିଶା ମେହେର(ଭୁଲିଆ) ସମାଜ ତରଫରୁ ଏକ ସାମ୍ବାଦିକ ସମ୍ମିଳନୀ ମାଧ୍ୟମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏବଂ ୫-ଟି ଅଧ୍ୟକ୍ଷ ଭି.କେ. ପାଣ୍ତିଆନଙ୍କୁ କୄତଜ୍ଞତା ଜଣାଇଛନ୍ତି । ନିକଟରେ କବି ଗଙ୍ଗାଧର ଭବନ ନିର୍ମାଣ ନିମନ୍ତେ ଭୁବନେଶ୍ୱର ଚଂଦ୍ରଶେଖର ପୁରଠାରେ ପଚାଶ ଡିସିମିଲ୍ ଜାଗା ଯୋଗାଇ ଦେବା ସହ ତିନି କୋଟି ଅର୍ଥ ରାଶି ମଞ୍ଜୁର କରିଥିଲେ । ତେବେ ଗତ କ୍ୟାବିନେଟରେ ଉକ୍ତ ନିର୍ମାଣ ନିମନ୍ତେ ଆବଣ୍ଟିତ ଭୂମିର ଅଧିମୂଲ୍ୟ ପାଂଚ କୋଟି ଛଅ ଲକ୍ଷ ଟଙ୍କା ସରକାରଙ୍କ ତରଫରୁ ଛାଡ଼ କରାଯାଇଥିବା ନେଇ ମେହେର ସମାଜ ଖୁସି ବ୍ୟକ୍ତ କରିଛନ୍ତି । ଏ ଉପଲକ୍ଷେ ସିନାପାଲି ପ୍ରେସ୍ କ୍ଲବଠାରେ ନିଖିଳ ଓଡ଼ିଶା ମେହେର ସମାଜର ସଭାପତି ବୈଶମ୍ପାୟନ ମେହେରଙ୍କ ଆହ୍ୱାନରେ ଏକ ସାମ୍ବାଦିକ ସମ୍ମିଳନୀ ଆୟୋଜନ କରାଯାଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ଏନେଇ ସହଯୋଗ କରିଥିବା ଶ୍ରୀ ପାଣ୍ତିଆନଙ୍କୁ କୃତଜ୍ଞତା ଜଣାଇଥିଲେ । ଏଥିସହ ଆଗାମୀ ଦିନରେ ସମାଜ ପ୍ରତି ସରକାରଙ୍କ ଏଭଳି ସହଯୋଗ ମନୋଭାବ ରଖିବାକୁ ଅନୁରୋଧ କରିଥିଲେ । ଏହି ସମ୍ମିଳନୀରେ ଅନ୍ୟମାନଙ୍କ ମଧ୍ୟରେ ନୂଆପଡ଼ା ଜିଲ୍ଲା ସଂପାଦକ ସୁରେଶ୍ୱର ମେହେର, ନିଖିଳ ଓଡ଼ିଶା ମେହେର ସମାଜର ଜୋନାଲ ସଂପାଦକ ନବୀନ ଚଂଦ୍ର ମେହେର, ନୂଆପଡ଼ା ଜିଲ୍ଲା ମେହେର ଯୁବ ସମାଜର ଉପଦେଷ୍ଟା ବୈଷ୍ଣବ ମେହେର, ସିନାପାଲି ଗ୍ରାମ୍ୟ ସମାଜର ସଭାପତି ଟେଣୋ ମେହେର, ସଂପାଦକ ନୀଲାଂଚଳ ମେହେର, ପୂର୍ବ ସଂପାଦକ ମୋତିଲାଲ ମେହେର ପ୍ରମୁଖ ଉପସ୍ଥିତ ଥିଲେ ।

jittmm
Leave A Reply

Your email address will not be published.