oom

ସିନାପାଲି ବ୍ଲକ୍‌କୁ ଦିନିକିଆ ଗସ୍ତରେ ରାଜ୍ୟସଭା ସାଂସଦ ସୁଜିତ କୁମାର

jsmm

ସିନାପାଲି, (ନିରାକାର ମେହେର) : ନୂଆପଡ଼ା ଜିଲ୍ଲା ସିନାପାଲି ବ୍ଲକ୍ ଗସ୍ତରେ ରାଜ୍ୟସଭା ସାଂସଦ ସୁଜିତ କୁମାର ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗ ଦେଇଛନ୍ତି । ସେ ପ୍ରଥମେ ବିଜେଡି ଅଫିସ୍‌ରେ ପହଞ୍ଚି ସେଠାରେ ଦଳୀୟ କର୍ମୀମାନଙ୍କ ସହିତ ସାଂଗଠନିକ ଆଲୋଚନା ସମ୍ପର୍କରେ ସ୍ଥିତି କରିଥିଲେ । ପରେ ସିନାପାଲି ରାଜଶ୍ରୀ ପବ୍ଲିକ ସ୍କୁଲର ପାଚେରି ନିର୍ମାଣ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ ଓ ସିନାପାଲି ଖେଳ ପଡିଆ ପାଖରେ ସିନାପାଲି ଉଦନ୍ତୀ ମହୋତ୍ସବ ଷ୍ଟେଜ ନିର୍ମାଣ ପାଇଁ ମଧ୍ୟ ଶିଳାନ୍ୟାସ କରିଥିଲେ । ସେହିପରି ଯୁଗେନପଦର ଛକ ନିକଟରେ ଷ୍ଟ୍ରିଟ୍ ଲାଇଟ୍‌ର ଉଦ୍‌ଘାଟନ କରିଥିବା ବେଳେ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରର ରଜତ ଜୟନ୍ତୀ ସମାରୋହରେ ଯୋଗ ଦେଇଥିଲେ । ଏହି ଅବସରରେ ନୂଆପଡ଼ା ଜିଲ୍ଲା ବିଜେଡି ସାଧାରଣ ସମ୍ପାଦକ ଲମ୍ବୋଧର ନିଆଲ, ଜିଲ୍ଲା ପରିଷଦ ସଦସ୍ୟା ପୁଷ୍ପାଞ୍ଜଳି ଗୁଆଲ, ପଶ୍ଚିମ ଓଡ଼ିଶା ବିକାଶ ପରିଷଦ ସଦସ୍ୟା ମନ୍ଦାକିନୀ ବଘେଲ, ସିନାପାଲି ବ୍ଲକ ବିଜେଡି ସଭାପତି ଗରୁଡ଼ଧ୍ଵଜ ବେହେରା, ସମ୍ପାଦକ ଦୈତାରି ମେହେର, ସୁବାସ ଅଗ୍ରୱାଲ, ପ୍ରିୟରଞ୍ଜନ ମେହେର, ସତ୍ୟବ୍ରତ ଗହୀର ପ୍ରମୁଖ ଉପସ୍ଥିତ ଥିଲେ ।

jittmm
Leave A Reply

Your email address will not be published.