oom

ପଶୁ ଡାକ୍ତରମାନଙ୍କର ଆନ୍ଦୋଳନର ପ୍ରଭାବ : ଚିକିତ୍ସା ଅଭାବରୁ ପୋକ ମାଛି ପରି ମରୁଛନ୍ତି ପଶୁପକ୍ଷୀ

jsmm

ପଦ୍ମପୁର, (ନିରୋଜ କୁମାର ପାଣୀ) : ସମଗ୍ର ରାଜ୍ୟରେ ପ୍ରାଣୀ ଚିକିତ୍ସାଳୟର କର୍ମଚାରୀମାନେ ଦୀର୍ଘ ୨୨ ଦିନ ହେଲା ଆନ୍ଦୋଳନରେ ବସିଥିବା ବେଳେ ଏହାର ପ୍ରଭାବ ଦେଖିବାକୁ ମିଳିଛି । ପଶୁପକ୍ଷୀଙ୍କ ଉପରେ ବରଗଡ଼ ଜିଲ୍ଲା ପଦ୍ମପୁର ଉପଖଣ୍ଡରେ ବିଭିନ୍ନ ପ୍ରକାର ପ୍ରାଣୀ ତଥା ଗାଈ ଗୋରୁ, ଛେଳି, କୁକୁଡା ଆଦି ଚାଷ କରି ନିଜର ଜିବିକା ନିର୍ବାହ କରନ୍ତି ଅଂଚଳ ବାସୀ । ହେଲେ ଗତ ୨୨ ଦିନ ଧରି ସମସ୍ତ ପ୍ରାଣୀ ଚିକିତ୍ସାଳୟର କର୍ମଚାରୀମାନେ ଆନ୍ଦୋଳନରେ ଥିବାରୁ ସେମାନେ ତାଙ୍କ ସମସ୍ତ କାର୍ଯ୍ୟ ବନ୍ଦ କରିଛନ୍ତି । ତେବେ ଅନ୍ୟପକ୍ଷରେ ଠିକ ସମୟରେ ଚିକିତ୍ସିତ ନହୋଇ ପଶୁ ପକ୍ଷୀ ବର୍ତ୍ତମାନ ରୋଗରେ ଆକ୍ରାନ୍ତ ହୋଇ ମୃତ୍ୟୁ ବରଣ କରୁଛନ୍ତି ତ ଅନ୍ୟ କେତେ ସ୍ଥାନରେ ଏସ୍‌ଏଚ୍‌ଜି ମହିଳାମାନେ ପଶୁ ସଂପଦ ବିଭାଗରୁ ଚାଷ କରିବା ପାଇଁ ବ୍ୟାଙ୍କରୁ ଋଣ ଆଣି କୁକୁଡା ଫାର୍ମ ଛେଳି ଫାର୍ମ ଆଦି ତିଆରି କରିଥିବା ବେଳେ ବର୍ତ୍ତମାନ ପଇସା କେମିତି ସୁଝିବେ ଏବଂ ମରିଯାଇଥିବା କୁକୁଡା, ଛେଳିର ସବ୍‌ସିଡି କିପରି ପାଇବେ ଏ ନେଇ ଆଜି ପଦ୍ମପୁର ଉପଜିଲ୍ଲାପାଳଙ୍କୁ ଭେଟି ଅଭିଯୋଗ କରିଛନ୍ତି । ତେବେ ପଦ୍ମପୁର ଉପଜିଲ୍ଲାପାଳ ସମସ୍ୟାର ସମାଧାନ ପାଇଁ ପ୍ରତିଶୃତି ଦେଇଛନ୍ତି ।

jittmm
Leave A Reply

Your email address will not be published.