csstore

ରିକ୍ସାକୁ ପିଟି ଫେରାର୍‌ ମାରିଲା କାର୍‌

ବଲାଙ୍ଗିର, (କେପିଏନ୍‌ଏସ୍‌) : ରିକ୍ସାକୁ ପିଟି ଫେରାର୍‌ ମାରିଲା କାର୍‌ । ଅଳ୍ପକେ ବର୍ତ୍ତିଲେ ରିକ୍ସା ଚାଳକ । ସୂଚନା ଅନୁସାରେ ଆଜି ସକାଳ ପ୍ରାୟ ସାଢେ ୯ଟା ସମୟରେ ରିକ୍ସା ଚାଳକ ବିଭୁତିପଡ଼ା ନିବାସୀ ଭାଗିରଥୀ ମେହେର ବିବିଏମ୍‌ସିଏଚ୍‌ରେ ସବାରି ଛାଡ଼ି କଚେରି ଛକ ଆଡକୁ ଫେରୁଥିବା ସମୟରେ ପାଟଣା ହୋଟେଲ ଛକରେ ଏକ ଧଳା ରଙ୍ଗର କାର୍‌ ତାଙ୍କୁ ଧକ୍କା ଦେଇ ଫେରାର୍‌ ହୋଇଯାଇଥିବା ଅଭିଯୋଗ କରିଛନ୍ତି । ତେବେ ଏହି ଦୁର୍ଘଟଣାରେ ତାଙ୍କ ମୁହଁ ହାତ ଓ ଆଣ୍ଠୁରେ ଗଭୀର ଆଘାତ ଲାଗିଥିବା ବେଳେ ରିକ୍ସା ଭାଙ୍ଗିଯାଇଥିବା ସେ କହିଛନ୍ତି । ଏ ସମ୍ପର୍କରେ ବଲାଙ୍ଗିର ଟାଉନ ଥାନରେ ସେ ଅଭିଯୋଗ କରିଛନ୍ତି ।

jayashree
Leave A Reply

Your email address will not be published.