ସୂଚନା ଆଇନ ୨୦୦୫ ସମ୍ପର୍କିତ ଜିଲ୍ଲାସ୍ତରୀୟ ପ୍ରଶିକ୍ଷଣ ଅନୁଷ୍ଠିତ

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ଗଞ୍ଜାମ ଜିଲ୍ଳା ମହକୁମା ସ୍ଥିତ ଜିଲ୍ଲା ପରିଷଦ ଭବନର ଋଷିକୂଲ୍ୟା ସମ୍ମିଳନୀ କକ୍ଷଠାରେ ମଙ୍ଗଳବାର ସୂଚନା ଆଇନ ସମ୍ପର୍କିତ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲା ପ୍ରଶାସନର ସହଯୋଗ କ୍ରମେ ରାଜ୍ୟ ସୂଚନା ଓ ଲୋକସମ୍ପର୍କ ବିଭାଗ ଦ୍ୱାରା ଆୟୋଜିତ ଏହି କର୍ମଶାଳାରେ ଜିଲ୍ଲାର ସମସ୍ତ ବିଭାଗର ପ୍ରଥମ ଅପିଲ କର୍ତ୍ତୃପକ୍ଷ ଏବଂ ଜନ ସୂଚନା ଅଧିକାରୀମାନଙ୍କୁ ପ୍ରଶିକ୍ଷଣ ଦିଆଯାଇଥିଲା । ସୂଚନା ଅଧିକାର ଆଇନ, ୨୦୦୫ ଅଧିନିୟମ ୟୁ/ଏସ୍‌ ୪ (୧) ଖ ଧାରା ପ୍ରକାରେ ସମସ୍ତ କାର୍ଯ୍ୟାଳୟ ଗୁଡିକର ତଥ୍ୟ ପ୍ରକାଶନ, କାର୍ଯ୍ୟଧାରା, ଲୋକଙ୍କ ନିମନ୍ତେ ପ୍ରଦତ୍ତ କରାଯାଉଥିବା ସଂପୃକ୍ତ କାର୍ଯ୍ୟାଳୟର ସେବା ଏବଂ ସେହି ସେବା କିଭଳି ପାଇବେ ସେଗୁଡିକର ତଥ୍ୟ ଅନ୍‌ଲାଇନ୍ ମାଧ୍ୟମରେ କିଭଳି ପ୍ରକାଶନ କରିବେ ତାହା ପ୍ରଶିକ୍ଷଣ ମାଧ୍ୟମରେ ଆଭାସୀ ଜରିଆରେ ଯୋଡି ହୋଇ ରାଜ୍ୟ ସୂଚନା ଅଧିକାର ପରିଚାଳନା ଦିଗରେ କାର୍ଯ୍ୟ କରୁଥିବା ହର୍ଷ ପରିଚ୍ଛା ପ୍ରାଞ୍ଜଳ ଭାବରେ ଆଭାସୀ ମାଧ୍ୟମରେ ପ୍ରଶିକ୍ଷଣ ପ୍ରଦାନ କରିଥିଲେ । ଗଞ୍ଜାମ ଜିଲ୍ଲାପାଳ ଦିବ୍ୟଜ୍ୟୋତି ପରିଡାଙ୍କ ମାର୍ଗ ଦର୍ଶନ ପ୍ରକାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ସୂଚନା ଓ ଲୋକସମ୍ପର୍କ ବିଭାଗୀୟ ନିର୍ଦ୍ଦେଶକ ସରୋଜ କୁମାର ସାମଲ କର୍ମଶାଳାରେ ଉପସ୍ଥିତ ରହି ପ୍ରଶିକ୍ଷଣର ଆବଶ୍ୟକତା ଏବଂ ଏହାର ଗୁରୁତ୍ୱ ସମ୍ପର୍କରେ ଅବଗତ କରାଇ ଜଣାଇଥିଲେ ଯେ, ମାନ୍ୟବର ସୁପ୍ରିମ କୋର୍ଟ ନିର୍ଦ୍ଦେଶ ମୁତାବକ ଅଧୀନିୟମ ପ୍ରକାରେ ଜନସୂଚନା ପ୍ରଦାନ କରିବାର ବ୍ୟବସ୍ଥା ସମ୍ପର୍କରେ ଅବଗତ କରାଇଥିଲେ । ଗଞ୍ଜାମ ଜିଲ୍ଲାର ସମସ୍ତ ପ୍ରଥମ ଅପିଲ କର୍ତ୍ତୃପକ୍ଷ ଏବଂ ଜନ ସୂଚନା ଅଧିକାରୀଗଣ ଯୋଗଦେଇ ପ୍ରଶିକ୍ଷଣ ଗ୍ରହଣ କରିଥିଲେ । ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ରବି ନାରାୟଣ ବେହେରା ଏହାର ପରିଚାଳନା କରିଥିବା ବେଳେ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ କାର୍ଯ୍ୟାଳୟର ସମସ୍ତ କର୍ମକର୍ତ୍ତା ସହଯୋଗ କରିଥିଲେ ।

Leave A Reply

Your email address will not be published.