କନ୍ଧ କୁମ୍ଭାର ସମାଜର ସଧାରଣ ଅଧିବେଶନ : ବାଲିଗୁଡା ଖେମୁଣ୍ଡିଗଡର କାର୍ଯ୍ୟକର୍ତ୍ତା ଚୟନ

ବାଲିଗୁଡ଼ା, (ସୁରେନ୍ଦ୍ର କୁମାର ପାଣିଗ୍ରାହୀ) : କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଖେମୁଣ୍ଡିଗଡରେ କନ୍ଧ କୁମ୍ଭାର ସମାଜର ସାଧାରଣ ଅଧିବେଶନ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ଚାରିଗଡର ମୁଖ୍ୟ କାର୍ଯ୍ୟକର୍ତ୍ତା ସମେତ ବହୁ କନ୍ଧ କୁମ୍ଭାର ଭାଇ ଭଉଣୀମାନେ ଯୋଗ ଦେଇଥିଲେ । ସର୍ବ ପ୍ରଥମେ କନ୍ଧ କୁମ୍ଭାର ସମାଜର କୁଳ ଦେବୀ ଗଙ୍ଗା ମାତା ଓ ମା’ ପାଟ୍ଟଖଣ୍ଡାଙ୍କୁ ପୂଜାର୍ଚ୍ଚନା ପରେ ସଭାକାର୍ଯ୍ୟ ଆରମ୍ଭ କରାଯାଇଥିଲା । କନ୍ଧ କୁମ୍ଭାର ସମାଜର ଜିଲ୍ଲା ସଭାପତି ଅଜିତ କୁମାର ମଲ୍ଲିକଙ୍କ ଅଧ୍ୟକ୍ଷତାରେ ଆୟୋଜିତ କାର୍ଯ୍ୟକ୍ରମରେ ଉପସଭାପତି ବିଜୟକୁମାର ବେହେରା, ସମ୍ପାଦକ ତପନ ବେହେରା, କୋଷାଧକ୍ଷ ସୁରେନ୍ଦ୍ର ବେହେରା, ଯୋଗାଯୋଗ କର୍ତ୍ତା ଭାବେ ଜୟନ୍ତ କୁମାର ବେହେରା ପ୍ରମୁଖ ଉପସ୍ଥିତ ରହି ସମାଜର ନୀତି ନିୟମ ସମ୍ୱନ୍ଧରେ ଅବଗତ କରିଥିଲେ । କନ୍ଧ କୁମ୍ଭାର ସମାଜ ଅବହେଳିତ ନିଷ୍ପେସିତ ଅବସ୍ଥାରେ ରହୁ ଥିବାରୁ ସେମାନଙ୍କୁ ମୁଖ୍ୟ ସ୍ରୋତରେ ଆଣିବା ପାଇଁ ସରକାରଙ୍କ ନିକଟରେ ନିଜର ହକ ଅଧିକାର ସାବ୍ୟସ୍ତ ଦାବୀ ଉପସ୍ଥାପନା ପାଇଁ ସଂଗଠିତ ହେବାକୁ ଆମନ୍ତ୍ରିତ ମୁଖ୍ୟ କାର୍ଯ୍ୟକର୍ତ୍ତା ନିଜ ଅଭିଭାଷଣରେ କହିଥିଲେ । ସମାଜରେ ପ୍ରଚଳିତ ଅନ୍ଧବିଶ୍ୱାସକୁ ସଂସ୍କାର, ବାଲ୍ୟ ବିବାହ ଦୂରୀକରଣ. ନିଶା ନିବାରଣ କରିବା ସହିତ ଶିକ୍ଷାକୁ ପ୍ରାଧାନ୍ୟ ଦେଇ ରକ୍ତଦାନ, ବୃକ୍ଷ ରୋପଣ ଆଦି ସାମାଜିକ କାର୍ଯ୍ୟକ୍ରମରେ ସମାଜ ନିଜକୁ ନିୟୋଜିତ କରିବା ପାଇଁ ସମୂହ ଶପଥ ପାଠ କରିଥିଲେ । ପରେ ବାଲିଗୁଡ଼ା ଖେମୁଣ୍ଡିଗଡର କାର୍ଯ୍ୟକର୍ତ୍ତା ଚୟନ କରାଯାଇଥିଲା । ଏଥିରେ ସର୍ବସମ୍ମତି କ୍ରମେ ସଭପତି ଭାବେ ପଙ୍କଜ ବେହେରା, ଉପ ସଭାପତି ଦୀପକ କୁମାର ବେହେରା, ସାଧାରଣ ସମ୍ପାଦକ ନୀଳ ମାଧବ ବେହେରା, ସଂପାଦକ ଇନ୍ଦ୍ରଜିତ ବେହେରା, କୋଷାଧ୍ୟକ୍ଷ ରାମକୃଷ୍ଣ ବେହେରା, ମୁଖ୍ୟ ସଭ୍ୟ ମାର୍କଣ୍ଡ ବେହେରା ଓ ପତ୍ରକାର ରଞ୍ଜିତ କୁମାର ବେହେରାଙ୍କୁ ଚୟନ କରାଯାଇଥିଲା । ସେହିପରି ମାତୃ ମଣ୍ଡଳୀର ସଭାନେତ୍ରୀ ଭାବରେ ସର୍ବ ସମ୍ମତି କ୍ରମରେ ମିଥିଳା ବେହେରା, ଉପ ସଭାପତି ଭାବେ ତପସ୍ଵିନୀ ବେହେରା, ସମ୍ପାଦିକା ଭାବରେ ଆରତୀ ବେହେରା ଏବଂ ମୁଖ୍ୟ ସଭ୍ୟ ଭାବରେ ସରସ୍ୱତୀ ବେହେରାଙ୍କୁ ଚୟନ କରାଯାଇଥିଲା ।

Leave A Reply

Your email address will not be published.