ଟିଟିଲାଗଡ଼ ନିକଟସ୍ଥ ବିଜେପୁରରେ ପ୍ରଥମ ବିଶ୍ୱ ଓଡିଆ ଭାଷା ସମ୍ମିଳନୀ ଅନୁଷ୍ଠିତ

ଟିଟିଲାଗଡ଼, (ସଞ୍ଜୟ କୁମାର ନାୟକ) : ବଲାଙ୍ଗିର ଜିଲ୍ଲା ଟିଟିଲାଗଡ଼ ବ୍ଲକ ବିଜେପୁର ପଞ୍ଚାୟତ ପରିସରରେ ଶନିବାର ପ୍ରଥମ ବିଶ୍ୱ ଓଡିଆ ଭାଷା ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ସରପଞ୍ଚ ହୃଷିକେଶ ବାଗଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ବକ୍ତା ଭାବେ ବିଜେପୁର ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଉମେଶ ଚନ୍ଦ୍ର ଦାଶ ଯୋଗଦେଇ ଓଡ଼ିଆ ଭାଷା ପ୍ରତି ଅବହେଳାକୁ ନେଇ ଉଦବେଗ ପ୍ରକାଶ କରିବା ସହ ଓଡ଼ିଆ ଭାଷାର ପୁନଃରୁତ୍ଥାନ ପାଇଁ ସମସ୍ତେ ସହଯୋଗ କରିବାକୁ ଆହ୍ୱାନ ଦେଇଥିଲେ । ସମ୍ମାନିତ ଅତିଥି ଭାବେ ପଞ୍ଚାୟତ କାର୍ଯ୍ୟ ନିର୍ବାହୀ ଅଧିକାରୀ ଶୁଶିଲ କୁମାର ମିଶ୍ର, ବିଜେପୁର ରାଜସ୍ୱ ନିରୀକ୍ଷକ ବିକାଶ ହେମ୍ରମ, ସେବାନିବୃତ୍ତ ଶିକ୍ଷକ ଧରମସିଂ ବଗର୍ତ୍ତି, ସମାଜସେବୀ ନରେନ୍ଦ୍ର ବଗର୍ତ୍ତି ମଞ୍ଚାସୀନ ଥିଲେ । ଏହି ଅବସରରେ ଧରମସିଂ ବଗର୍ତ୍ତି ଏବଂ ଉମେଶ ଚନ୍ଦ୍ର ଦାଶଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ଶରତ ବଗର୍ତ୍ତି ମଞ୍ଚ ପରିଚାଳନା କରିଥିବାବେଳେ ଗ୍ରାମ ରୋଜଗାର ସେବକ ଉମେଶ ବଗର୍ତ୍ତି, ଯୋଗାଣ ସହାୟକ ପ୍ରଶାନ୍ତ ବଗର୍ତ୍ତି, ଟୁକେନ୍ଦ୍ର ବଗର୍ତ୍ତି, ବିକାଶ ବେହେରା, ବୈଲୋଚନ ମାଝୀ, ବିନୋଦ ନାଏକ, ତରୁ ବଗର୍ତ୍ତି ପ୍ରମୁଖ ସହଯୋଗ କରିଥିଲେ । ଏହି ସମ୍ମିଳନୀରେ ବହୁ ବିଶିଷ୍ଟ ବ୍ୟକ୍ତି ଏବଂ ବିଜେପୁର ଓ ଚୋରମରା ଉଚ୍ଚ ବିଦ୍ୟାଳୟର ଛାତ୍ରଛାତ୍ରୀମାନେ ଉପସ୍ଥିତ ଥିଲେ ।

Leave A Reply

Your email address will not be published.