ବାଲିଗୁଡ଼ା, (ସୁରେନ୍ଦ୍ର କୁମାର ପାଣିଗ୍ରାହୀ : କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଥାନା ପଣସପଡ଼ି ସାହିର ପ୍ରଶାନ୍ତ ପୂଜାରୀ ନାମକ ଜଣେ ରାଜମିସ୍ତ୍ରୀଙ୍କୁ ଏକ ନିର୍ମାଣାଧୀନ କୋଠା ମଧ୍ୟରେ ନିର୍ମମ ଭାବେ ହତ୍ୟା କରାଯିବା ଘଟଣାକୁ ମଙ୍ଗଳବାର ତିନିଦିନ ବିତିଥିବା ବେଳେ ପୁଲିସର ହାତ ଖାଲି ରହିଛି । ପ୍ରଶାନ୍ତଙ୍କୁ ଶନିବାର ରାତିରେ ନିର୍ମାଣ କୋଠାକୁ ଡାକି ମୁହଁ, ବେକ ଓ ନାକକୁ ଧାରୁଆ କାତିରେ ହଣାଯାଇ ବେକରେ ଶାବଳ ଭୁସି ହତ୍ୟା କରି ଦିଆଯାଇଥିଲା । ଏହାକୁ ନେଇ ଅଞ୍ଚଳରେ ଆଲୋଡ଼ନ ସୃଷ୍ଟି ହୋଇଥିଲା । ବାଲିଗୁଡା ସହର ମଧ୍ୟରେ ଏଭଳି ବିଭତ୍ସ ହତ୍ୟା ଘଟଣା ସମସ୍ତଙ୍କୁ ସ୍ତବ୍ଧ କରିଦେଇଥିଲା । ଏହି ଘଟଣାରେ ବାଲିଗୁଡ଼ା ଥାନାଧିକାରୀ ସୁଶାନ୍ତ କୁମାର ସାହୁ ତଦନ୍ତ ଭାର ନେଇଥିବା ବେଳେ ସାଇଣ୍ଟିଫିକ୍ ଟିମ୍ ଓ ସନ୍ଧାନୀ କୁକୁରର ସହାୟତା ନିଆଯାଇଥିଲା । ତେବେ ପ୍ରଶାନ୍ତଙ୍କୁ କିଏ ଓ କାହିଁକି ଏଭଳି ନିର୍ମମ ଭାବେ ହତ୍ୟା କଲା ଏନେଇ ଘଟଣାର ତିନିଦିନ ବିତିଯାଇ ଥିବା ବେଳେ ବର୍ତ୍ତମାନ ସୁଦ୍ଧା କିଛି ସ୍ପଷ୍ଟ ହୋଇନାହିଁ । ପୂର୍ବ ଶତ୍ରୁତା କିମ୍ବା ବଚସାରୁ ତାଙ୍କୁ ଏଭଳି ସଂଘବଦ୍ଧ ଭାବେ ହତ୍ୟା କରାଯାଇ ଥାଇ ପାରେ ବୋଲି ପାରିପାର୍ଶ୍ଵୀକ ସ୍ଥିତିରୁ ଅନୁମାନ କରାଯାଉଥିବା ପୁଲିସ କହିଥିଲା । ଏ ସମ୍ପର୍କରେ ଥାନା ଅଧିକାରୀ ସୁଶାନ୍ତ କୁମାର ସାହୁ କହିଛନ୍ତି ଯେ, ତଦନ୍ତ ଚାଲିଛି ଏହି ଘଟଣାରେ କାହାକୁ ମଧ୍ୟ ଗିରଫ କରାଯାଇ ନାହିଁ ।
Prev Post
Next Post