oom

ଶିକ୍ଷକ ବାସୁଦେବ ଭୋଇଙ୍କ ଦେହାନ୍ତରେ ଶୋକସଭା

jsmm

ଡୁଙ୍ଗୁରିପାଲି, (ସୁଶିଳ କୁମାର ମିଶ୍ର) : ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲି ବ୍ଲକ ବାଙ୍କୀପାଲି କ୍ଲଷ୍ଟରର ବୈରାଗୀମୁଣ୍ଡା ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ବାସୁଦେବ ଭୋଇଙ୍କ ଗତ ୧୨ ତାରିଖ ସନ୍ଧ୍ୟା ବେଳେ ପରଲୋକ ହୋଇଯାଇଛି । ମୃତ୍ୟୁ ବେଳକୁ ତାଙ୍କୁ ୪୯ ବର୍ଷ ବୟସ ହୋଇଥିଲା । ସେ ଶ୍ୱାସ ଓ ହୃଦଜନିତ ରୋଗରେ ପୀଡିତ ଥିଲେ । ସେ ଦୀର୍ଘ ବର୍ଷ ଧରି ଗଜବନ୍ଧ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଶିକ୍ଷକତା କରିଥିଲେ ତେଣୁ ଏହି ବିଦ୍ୟାଳୟରେ ଏକ ଶୋକସଭା ଅନୁଷ୍ଠିତ ହୋଇଯାଇଛି । ଗଜବନ୍ଧ ସାଧନ କେନ୍ଦ୍ର ସଂଯୋଜକ ନରେନ୍ଦ୍ର ପୁରୋହିତଙ୍କ ସଂଯୋଜନାରେ ଅନୁଷ୍ଠିତ ସଭାରେ ଦିବଂଗତ ଆତ୍ମାର ସଦ୍‌ଗତି ପାଇଁ ଏକ ମିନିଟ୍‌ ନିରବ ପ୍ରାର୍ଥନା କରାଯାଇଥିଲା । ବିନିକା ଏବିଇଓ ହେମସାଗର କାଲସାଏ, ବାଙ୍କୀପାଲି ସି.ଆର୍‌.ସି.ସି ହାରାଧନ ବେରିଆ, ଶିକ୍ଷକ ଯୁଧିଷ୍ଠିର ରଣା, ତୁଳସୀରାମ ଭୋଇ, ଲଛମନ ବାଗ, ନୀଳାଚଳ ପଣ୍ଡା, ଅମର ତାଣ୍ଡିଆ, ଦିବାକର ବଢ଼େଇ, ହାରାଧନ ରଣା, ବିଶ୍ଵଦେବ ବେରିଆ, ନନ୍ଦକିଶୋର ବିଶି, ସୂର୍ଯ୍ୟଭାନୁ ରାଉତ, ସତ୍ୟବାଦୀ ପୁଟେଲ, ଶିକ୍ଷୟିତ୍ରୀ ଲଳିତା ଭୋଇ, ଚୁମକି ବିଶି, ମାନିନୀ ବାଗ ଉପସ୍ଥିତ ରହି ସ୍ୱର୍ଗତ ଶିକ୍ଷକଙ୍କ ସ୍ମୃତିଚାରଣ କରିଥିଲେ । ସେ ଜଣେ ଆଦର୍ଶ ଛାତ୍ର ବତ୍ସଳ ଶିକ୍ଷକ ଥିଲେ । ଗଜବନ୍ଧ ଗ୍ରାମବାସୀ ଓ ଶିକ୍ଷକ ମହଲରେ ତାଙ୍କ ବିୟୋଗରେ ଶୋକ ପ୍ରକାଶ ପାଇଛି ।

jittmm
Leave A Reply

Your email address will not be published.