oom

ନେତାଜୀ ଓ ସୁରେନ୍ଦ୍ର ସାଏ ଜୟନ୍ତୀ ପାଳିତ

jsmm

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ଡେଲାଙ୍ଗ ଉନ୍ନୀତ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସରରେ ନେତାଜୀଙ୍କ ୧୨୭ତମ ଓ ସୁରେନ୍ଦ୍ର ସାଏଙ୍କ ୨୧୫ତମ ଜୟନ୍ତୀ ପାଳିତ ହୋଇଯାଇଛି । ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ଅଭୟ ଚରଣ ସାହୁଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ଶିକ୍ଷକ ସୋମନାଥ ବେହେରା, ଟିକେଇ ଦଳାଇ, ମାନସ ସ୍ବାଇଁ, ସତ୍ୟଭାମା ବେହେରା, ପାପଲିନ୍ ପ୍ରଧାନ, ପ୍ରିୟତ୍ତମା ସାହୁ ପ୍ରମୁଖ ଯୋଗଦେଇ ଦୁଇ ମହାନ୍ ଦେଶଭକ୍ତଙ୍କ ଅପୂର୍ବ ତ୍ୟାଗ, ସାହସ, ସ୍ୱାଧୀନତା ସଂଗ୍ରାମରେ ଭୂମିକା ସଂପର୍କରେ କହିଥିଲେ । ଦୁଇ ମହାନ୍ ବୀରଙ୍କ ଫଟୋଚିତ୍ରରେ ପୁଷଧୂପ ଦେଇ ଶିକ୍ଷକ ଶିକ୍ଷୟିତ୍ରୀମାନେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ । ଛାତ୍ରଛାତ୍ରୀମାନେ ପିଲା ବେଳୁ ସାହସୀ, ସତ୍ୟନିଷ୍ଠ, ସେବାପରାୟଣ ଓ ଦୃଢମନା ହୋଇ ନିଜ ଜୀବନକୁ ଗଢିତୋଳି ଭବିଷ୍ୟତରେ ଆମ ଦେଶରେ ନାଁ ରଖିବାକୁ ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ଅଭୟ ଚରଣ ସାହୁଙ୍କ ସହ ଅନ୍ୟମାନେ ପିଲାମାନଙ୍କୁ ଉପଦେଶ ଦେଇଥିଲେ ।

jittmm
Leave A Reply

Your email address will not be published.