ବାର୍ହା ଆକ୍ରମଣରେ ଦୁଇ ଗୁରୁତର

ବନ୍ତଳା : ଅନୁଗୁଳ ବ୍ଲକ ବନ୍ତଳା ବନାଞ୍ଚଳ ଅରାଡିହ ଗ୍ରାମରେ ଆଜି ବାର୍ହା ଆକ୍ରମଣରେ ଦୁଇଜଣ ଗୁରୁତର ଆହତ ହୋଇଛନ୍ତି । ସେମାନଙ୍କୁ ଚିକିତ୍ସା ପାଇଁ ବନ୍ତଳା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଛି ।

ସୂଚନା ଅନୁଯାୟୀ ବନ୍ତଳା ବନାନଞ୍ଚ ଗଡ଼ତାରସ ପଞ୍ଚାୟତ ଅରାଡିହ ଗ୍ରାମର ବ୍ରହ୍ମାନନ୍ଦ ବେହେରା (୪୦) ଓ ମନୋଜ ବିଶ୍ୱାଳ (୧୭)ଗାଁ ନିକଟରେ ଥିବା ନାଳକୁ ଶୌଚ ହେବାକୁ ଯାଇଥିଲେ । ଏତିକି ବେଳେ ଜଙ୍ଗଲୀ ବାର୍ହା ଉଭୟଙ୍କୁ ଆକ୍ରମଣ କରିଥିଲା । ଦୁଇଜଣ ଯାକ ଗୁରୁତର ହୋଇପଡ଼ିଥିବା ବେଳେ ସେମାନଙ୍କୁ ଚିକିତ୍ସା ପାଇଁ ବନ୍ତଳା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଛି ।

Leave A Reply

Your email address will not be published.