oom

ନୃସିଂହନାଥରେ ଶ୍ରୀ ଶ୍ରୀ ବୁଢାଦେଓଙ୍କ ବାର୍ଷିକ ପୂଜା ମହୋତ୍ସବ ଅନୁଷ୍ଠିତ

jsmm

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଶ୍ଚିମ ଓଡିଶାର ପ୍ରସିଦ୍ଧ ତୀର୍ଥକ୍ଷେତ୍ର ଶ୍ରୀ ନୃସିଂହନାଥ ପୀଠରେ ଶ୍ରୀ ଶ୍ରୀ ବୁଢାଦେଓଙ୍କ ବାର୍ଷିକ ପୂଜା ମହୋତ୍ସବ ଅନୁଷ୍ଠିତ ହୋଇଯାଇଛି । ଆଜି ପୂର୍ବାହ୍ନରେ ଗୋଁଣ୍ଡ ସମାଜ କଲ୍ୟାଣ ମଣ୍ଡପରୁ କଳସ ଶୋଭାଯାତ୍ରା ବାହାରି ପାପହାରିଣୀ ଘାଟରୁ ପୂର୍ଣ୍ଣ କଳସ ଅଣାଯାଇ କଲ୍ୟାଣ ମଣ୍ଡପରେ ସ୍ଥାପନ କରି ପୂଜକ ଆନନ୍ଦ ଧରୁଆ ପୂଜାର୍ଚ୍ଚନା କରିଥିଲେ । ଆଜିର କାର୍ଯ୍ୟକ୍ରମରେ ସ୍ୱତନ୍ତ୍ର ଉନ୍ନୟନ ପରିଷଦ ବରଗଡ଼ର ଅଧ୍ୟକ୍ଷା ସୁଶୀଳା ଭୋଇ ମୁଖ୍ୟ ଅତିଥି ରୂପେ ଯୋଗଦାନ କରି ଗୋଁଣ୍ଡ ସମାଜ କଲ୍ୟାଣ ମଣ୍ଡପର ତୋରଣ ଓ ପାଚେରୀ ନିର୍ମାଣ ପାଇଁ ଆଠଲକ୍ଷ ଟଙ୍କାର ଅନୁଦାନ ରାଶି ଘୋଷଣା କରିଥିଲେ । କାର୍ଯ୍ୟକ୍ରମରେ ଗଜରାଜ ସିଂ ପୁଟା, ଭଗବତିଆ ସିଂ ଦାଉ, ଚିତ୍ତରଞ୍ଜନ ପୋରେ, ଜୟ ସିଂ ଦାଉ, ଚୈତୁ ସିଂ ଦାଉ, ଶୋଭାରାମ ଧରୁଆ, ଗୌରସନ ଧରୁଆ, ଶୁକଲାଲ ଦାଉ, ବସନ୍ତ ଧରୁଆ, ଦୁର୍ଯ୍ୟୋଧନ ପୁଟା, ଅଶ୍ୱିନୀ ଧରୁଆ, ଶୁକଦେବ ମାଝୀ, ନରସିଂ ଧରୁଆ, ଗୋପୀନାଥ ଧରୁଆ, କେଶବ ଧରୁଆ, ଶିବ ପୁଟା, ଜଗଦେବ ଧରୁଆ, ଆନନ୍ଦ ଧରୁଆ, କାଞ୍ଚନ ନେତାମ, କୋଶଲ୍ୟ ଧରୁଆ, ମଥୁରା ଦାଉ, ସତମତି ପୁଟା, ସାବିତ୍ରୀ ଧରୁଆ, ଦେବକୀ ଧରୁଆଙ୍କ ସମେତ ପାଇକମାଲ, ପଦ୍ମପୁର, ଝାରବନ୍ଧର ଗୋଁଣ୍ଡ ସମାଜ ସଦସ୍ୟ ଗଣ ଯୋଗଦାନ କରିଥିଲେ ।

jittmm
Leave A Reply

Your email address will not be published.