ଜାତୀୟ ଯୁବ ଦିବସ ଅବସରରେ ଗଣଦୌଡ଼

ତୁରେକେଲା, (କୈଳାସ ସଗ୍ରିଆ) : ସାରା ଭାରତବର୍ଷରେ ଜାନୁୟାରୀ ୧୨ ତାରିଖ ସ୍ୱାମୀ ବିବେକାନନ୍ଦଙ୍କ ଜନ୍ମ ଜୟନ୍ତୀକୁ ଜାତୀୟ ଯୁବ ଦିବସ ଭାବରେ ପାଳନ କରଯାଏ । ଏହି ଅବସରରେ ତୁରେକେଲା କ୍ଳଷ୍ଟରର ସଂଯୋଜକ ବିରଂଚି ନାରାୟଣ ଦାଶଙ୍କ ତତ୍ତ୍ୱାବଧାନରେ ତୁରେକେଲା ଆଶ୍ରମ ବିଦ୍ୟାଳୟର ଛାତ୍ରଛାତ୍ରୀମାନଙ୍କୁ ନେଇ ଏକ ଗଣଦୌଡ଼ କରାଯାଇଥିଲା । ସର୍ବପ୍ରଥମେ ଶ୍ରୀ ଦାଶ ସ୍ୱାମୀ ବିବେକାନନ୍ଦ କିଭଳି ଭାରତୀୟ ସଂସ୍କୃତି ଓ ଐତିହ୍ୟକୁ ଦେଶ ବିଦେଶରେ ପରିଚିତ କରେଇବା ସହ ଯୁବଶକ୍ତିକୁ ଆଗକୁ ବଢ଼ିବାରେ ଉତ୍ସାହିତ କରୁଥିଲେ ତାହାରି ଉପରେ ଆଲୋକପାତ କରିଥିଲେ । ଏହି କାର୍ଯ୍ୟକ୍ରମରେ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ପାର୍ଥବ ମହାନନ୍ଦ, ସହକରୀ ଶିକ୍ଷକ, ଶିକ୍ଷୟିତ୍ରୀ ତଥା କମିଟିର ସଭ୍ୟସଭ୍ୟା ସହଯୋଗ କରିଥିଲେ ।

Leave A Reply

Your email address will not be published.