ଟିଟିଲାଗଡ଼ ନିକଟସ୍ଥ ମନିଗାଁ ରେଳ ଫାଟକ ନିକଟରେ ଜଣେ ଯୁବତୀଙ୍କ ମୃତଦେହ ଉଦ୍ଧାର

ଟିଟିଲାଗଡ଼, (ସଞ୍ଜୟ କୁମାର ନାୟକ) : ଆଜି ସକାଳୁ ଟିଟିଲାଗଡ଼ ନିକଟସ୍ଥ ମନିଗାଁ ରେଳ ଫାଟକ ନିକଟରେ ଜଣେ ଯୁବତୀଙ୍କ ମୃତଦେହ ସ୍ଥାନୀୟ ଲୋକ ଦେଖିବାକୁ ପାଇଛନ୍ତି । ଯୁବତୀଙ୍କ ମୁଣ୍ଡରୁ ଗଣ୍ଡି ଅଲଗା ହୋଇଯାଇଛି । ରେଳ ଯିବା ସମୟରେ ମୁଣ୍ଡ ଦେଇ ଦେଇଥିବା ଯୋଗୁଁ ଏମିତି ଅବସ୍ଥା ବୋଲି ଲୋକେ କୁହାକୁହି ହେଉଛନ୍ତି । ତେବେ ଏହି ଯୁବତୀ ଜଣକ କିଏ ? କାହିଁକି ଆତ୍ମହତ୍ୟା କଲେ କି ତାଙ୍କୁ କେହି ହତ୍ୟା କରିଛି ? ଯଦି ଆତ୍ମହତ୍ୟା କଲେ ତେବେ ଏମିତି ଚରମ ପଦକ୍ଷେପ ଗ୍ରହଣ କରିବାକୁ ବାଧ୍ୟ ହେଲେ କାହିଁକି ? ଏହା ପ୍ରେମ ଜନିତ ନା ପାରିବାରିକ କଳହର କରୁଣ ପରିଣତି ତଦନ୍ତ କରାଗଲେ ଜଣାପଡ଼ିବ ବୋଲି ଚର୍ଚ୍ଚା ହେଉଛି । ଏହି ଯୁବତୀ ଜଣକଙ୍କ ପରିଚୟ ମିଳିନଥିବା ବେଳେ ସେ କଳା ରଙ୍ଗର ପୋଷାକ ପରିଧାରଣ କରିଛନ୍ତି । ଏହି ଖବର ପ୍ରଚାରିତ ହେବା ପରେ ଲୋକଙ୍କ ଭିଡ ଜମୁଥିବା ଦେଖିବାକୁ ମିଳିଛି । ତେବେ ଏଭଳି ଏକ ଘଟଣା ଅଞ୍ଚଳରେ ଚର୍ଚ୍ଚା ବିଷୟ ପାଲଟିଛି ।

Leave A Reply

Your email address will not be published.