lika

ଖପ୍ରାଖୋଲ ପୋଲିସକୁ ବଡ଼ ସଫଳତା : ମୋଟର ସାଇକେଲ ଚୋରି ଘଟଣାରେ ଦୁଇ ଅଭିଯୁକ୍ତ କୋର୍ଟ ଚାଲାଣ, ଚୋରି ମୋଟର ସାଇକେଲ ଉଦ୍ଧାର

gbag

ଖପ୍ରାଖୋଲ, (ଅଶୋକ କୁମାର ବାଗ) : ବଲାଙ୍ଗିର ଜିଲ୍ଲା ଖପ୍ରାଖୋଲ ବ୍ଲକ୍‌ର ପ୍ରମୁଖ ପର୍ଯ୍ୟଟନସ୍ଥଳୀ ତଥା ପୁନ୍ୟ କ୍ଷେତ୍ର ହରିଶଙ୍କର ମନ୍ଦିର ପରିସରରୁ ଦୁଇ ମାସ ତଳେ ମୋଟର ସାଇକେଲ ଚୋରି ଘଟଣାରେ ଖପ୍ରାଖୋଲ ପୋଲିସକୁ ମିଳିଛି ବଡ଼ ସଫଳତା । ଚୋରି ଘଟଣାକୁ ତଦନ୍ତ କରି ପୋଲିସ ତିନିଜଣକୁ ଅଟକ ରଖି ପଚରା ଉଚୁରା ପରେ ଦୁଇ ଅଭିଯୁକ୍ତକୁ ରବିବାର କୋର୍ଟ ଚାଲାଣ କରିଥିବା ଜଣାଯାଇଛି । ଚୋରି ମୋଟର ସାଇକେଲ ଉଦ୍ଧାର କରିଥିବା ପୋଲିସ ସୂଚନା ଦେଇଛି । ସୂଚନା ଅନୁସାରେ ଗତ ନଭେମ୍ବର ୭ ତାରିଖ ବରଗଡ଼ ଜିଲ୍ଲା ପାଇକମାଲ ଥାନା ମାଡ଼ିଆଧିପା ଗାଁର ଇନ୍ଦ୍ରଦ୍ୟୁମ୍ନ ସାହୁ ନିଜ ପରିବାର ସହ ହରିଶଙ୍କର ଆସିଥିବା ବେଳେ ମନ୍ଦିର ତଳେ ମୋଟର ସାଇକେଲ ଷ୍ଟାଣ୍ଡରେ ହୋଣ୍ଡା ସାଇନ୍ (ଓଡ଼ି ୧୭ ଭି ୮୯୭୩) ଗାଡ଼ି ରଖି ଝରଣାକୁ ଗାଧୋଇବାକୁ ଯାଇ ଫେରିଲା ବେଳେ ଗାଡ଼ି ନ ଥିବା ଦେଖି ଖପ୍ରାଖୋଲ ଥାନାରେ ଲିଖିତ ଅଭିଯୋଗ କରିଥିଲେ । ଏନେଇ ଖପ୍ରାଖୋଲ ଥାନା କେସ ନମ୍ବର ୨୨୪/୨୩ ରେ ଏକ ମାମଲା ରୁଜୁ କରି ପୋଲିସ ଘଟଣାର ତଦନ୍ତ ଚଳାଇଥିଲା । ହେଲେ କୌଣସି ସୂତ୍ରରୁ ଚୋରି ମୋଟର ସାଇକେଲଟି ଦମାଇପାଲି ଗାଁର ଜଣକ ଘରେ ଥିବା ଜାଣି ଚଢ଼ାଉ କରି ମୋଟର ସାଇକେଲ ଉଦ୍ଧାର କରିଥିବା ବେଳେ ଚୋରି ଅଭିଯୋଗରେ ନାନ୍ଦୁପଲା ଗାଁର ଜଣେ ନାବାଳକ ସହ ତିନି ଜଣକୁ ଅଟକ କରି ପଚରା ଉଚୁରା ପରେ ଦୁଇ ଅଭିଯୁକ୍ତ ଦେବାର୍ଚ୍ଚନ ଛତରଙ୍କ ପୁଅ ତହସିଲ ଛତର (୨୬) ଓ ସମାରୁ ଶଗଡ଼ିଆଙ୍କ ପୁଅ ଗିରି ଶଗଡ଼ିଆ (୨୩)କୁ ରବିବାର କୋର୍ଟ ଚାଲାଣ କରିଥିବା ବେଳେ ନାବାଳକଙ୍କୁ ପଚାର ଉଚରା ଚାଲିଥିବା ଖପ୍ରାଖୋଲ ଥାନା ଅଧିକାରୀ ରମାକାନ୍ତ ସାହୁ ପ୍ରକାଶ କରିଛନ୍ତି । ଖପ୍ରାଖୋଲ ପୋଲିସ ଏହି ବଡ ସଫଳତା ହାସଲ କରିଥିବାରୁ ଅଞ୍ଚଳରେ ବୁଦ୍ଧିଜୀବୀ ମହଲରେ ପ୍ରଶଂସାର ସୁଅ ଛୁଟୁଛି ।

babaa
Leave A Reply

Your email address will not be published.