jayashree

ଗବେଷଣା ସମ୍ପର୍କିତ କର୍ମଶାଳା

ବଲାଙ୍ଗିର, (କେପିଏନ୍‌ଏସ୍‌) : ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟର ପରିସର ମଧ୍ୟରେ ଜାନୁୟାରୀ ୬ ଓ ୭ ଦୁଇଦିନ ଧରି ଗବେଷଣା ସମ୍ପର୍କିତ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି । ଏହି କର୍ମଶାଳାକୁ ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ଡ. ଉମାବଲ୍ଲଭ ମହାପାତ୍ର ଆନୁଷ୍ଠାନିକ ଭାବେ ଉଦ୍‌ଘାଟନ କରିଥିùଲ । ସେ ଗବେଷଣାରତ ଛାତ୍ରଛାତୀମାନଙ୍କୁ ଗବେଷଣାର ବିଭିନ୍ନ ଦିଗ ସମ୍ପର୍କରେ ଆଲୋକପାତ କରିବା ସହିତ ଆଗାମୀ ଦିନରେ ଗବେଷଣାରେ ବୈଷୟିକ ଜ୍ଞାନକୌଶଳ ବ୍ୟବହାର ସମ୍ପର୍କରେ ଦିଗ୍‌ଦର୍ଶନ ଦେଇଥିଲେ । ଏହି କର୍ମଶାଳାରେ ଫକୀରମୋହନ ବିଶ୍ୱବିଦ୍ୟାଳୟର ଭୂଗୋଳ ବିଭାଗର ପ୍ରଧ୍ୟାପକ ଡ. ମନୋରଞ୍ଜନ ମିଶ୍ର ମୁଖ୍ୟବକ୍ତା ଭାବେ ଯୋଗ ଦେଇଥିଲେ । ସେ ତାଙ୍କ ବକ୍ତବ୍ୟରେ ଇଣ୍ଟରନେଟ ଉପଲବ୍‌ଧ ବିଭିନ୍ନ ସଫ୍ଟୱେୟାରର ସଠିକ୍‌ ବ୍ୟବହାର ସମ୍ପର୍କରେ ଗବେଷକ, ଗବେଷିକାମାନଙ୍କୁ ଅବଗତ କରାଇଥିଲେ । ବିଶ୍ୱବିଦ୍ୟାଳୟର ସ୍ନାତକୋତ୍ତର ପରିଷଦର ଅଧ୍ୟକ୍ଷ ପ୍ରଫେସର ଡ. ରାଜକିଶୋର ପାତ୍ର ଗବେଷଣାରେ ବ୍ୟାବହାରିକ ଉପାଦାନ ଉପରେ ଗୁରୁତ୍ୱ ପ୍ରଦାନ କରିଥିଲେ । ଅନୁଷ୍ଠାନର ମାନବିକ ସମ୍ବଳ ଆୟୋଗର ନିର୍ଦ୍ଦେଶକ ପ୍ରଫେସର ଡ. ପ୍ରତାପ କୁମାର ଦାଶ ଗବେଷଣାରେ କିପରି ଭବିଷ୍ୟତକୁ ଆଖି ଆଗାରେ ରଖି ଏକ ମୂଲ୍ୟବୋଧ ଭିତ୍ତିକ ଶୁଦ୍ଧ ଗବେଷଣା କରାଯାଇ ପାରିବ ତାହା ଉପରେ ଗବେଷକ, ଗବେଷିକାମାନଙ୍କ ଦୃଷ୍ଟି ଆକର୍ଷଣ କରିପାରିଥିଲେ । ଏହି କର୍ମଶାଳାରେ ଅନ୍ୟାନ୍ୟ ବିଷୟ ବିଶେଷଜ୍ଞ ଭାବେ ପ୍ରଫେସର ମନୋରଞ୍ଜନ ମିଶ୍ର(ଫକୀରମୋହନ ବିଶ୍ୱବିଦ୍ୟାଳୟ, ବାଲେଶ୍ୱର), ପ୍ରଫେସର ଡ. ରାଜକିଶୋର କାମ୍ପା (ବ୍ରହ୍ମପୁର ବିଶ୍ଵବିଦ୍ୟାଳୟ, ବ୍ରହ୍ମପୁର), ଆଡଜଣ୍ଟ୍ ପ୍ରଫେସର ଡ. କୃଷ୍ଣଚନ୍ଦ୍ର ପ୍ରଧାନ(ଫକୀରମୋହନ ବିଶ୍ଵବି ଶ୍ଵବିଦ୍ୟାଳୟ, ବାଲେଶ୍ଵର), ପ୍ରଫେସର ଡ. ଆଦିତ୍ୟ ପଣ୍ଡା(ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ, ବ୍ରହ୍ମପୁର), ପ୍ରମୁଖ ଗବେଷଣା ପଦ୍ଧତି, ଗବେଷଣା ପର୍ଯ୍ୟାୟର ବିବିଧ ଦିଗ, ଲେଖାଚୋରୀ(ପ୍ଲାଜିଆରିଜିମ୍‌), ତଥ୍ୟ ସଂଗ୍ରହର ବିଭିନ୍ନ ଉତ୍ସ, ତଥ୍ୟ ବିଶ୍ଲେଷଣର ବିଭିନ୍ନ ଦିଗ, ଗବେଷଣା ସମ୍ପର୍କିତ ପରିସଂଖ୍ୟାନରେ କମ୍ପ୍ୟୁଟର ବ୍ୟବହାର, ପରିବର୍ତ୍ତନୀୟ ତଥ୍ୟର ବିଶ୍ଲେଷଣ ଆଦି ବିଭିନ୍ନ ଗବେଷଣାତ୍ମକ ଉପାଦାନ ସମ୍ପର୍କରେ ସୁପରିକଳ୍ପିତ ଆଲୋଚନା କରିବା ସହିତ ଗବେଷକ ଓ ଗବେଷିକାମାନଙ୍କୁ କମ୍ପ୍ୟୁଟରରେ ହ୍ୟାଣ୍ଡସ୍‌ଅନ୍‌ ପ୍ରଶିକ୍ଷଣ ପ୍ରଦାନ କରିଥିଲେ ।

Leave A Reply

Your email address will not be published.