csstore

ସାହିତ୍ୟ ନାଟକ କଳା ପରିଷଦର ରୌପ୍ୟ ଜୟନ୍ତୀ ଓ ଜିଲ୍ଲାସ୍ତରୀୟ କବି ସମ୍ମିଳନୀ

କଳାହାଣ୍ଡି, (ହେମନ୍ତ ସାହୁ) : ଓଡ଼ିଶାର ଅନ୍ୟତମ ଅଗ୍ରଣୀ ସଂଗଠନ ସାହିତ୍ୟ ନାଟକ କଳା ପରିଷଦ ରେଖ୍‌ପୁର ତରଫରୁ ରୌପ୍ୟ ଜୟନ୍ତୀ ସମାରୋହ ଉଦ୍‌ଘାଟିତ ହୋଇଯାଇଛି । ପ୍ରଥମେ ଏକ ସାଂସ୍କୃତିକ ଶୋଭାଯାତ୍ରା ଗ୍ରାମ ପରିକ୍ରମା କରିବା ପରେ ପ୍ରଥମ କାର୍ଯ୍ୟକ୍ରମ ଜିଲ୍ଲାସ୍ତରୀୟ କବି ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା । ନର୍ଲା ସରପଞ୍ଚ ତନୁଜା ହରପାଲ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଥିବା ବେଳେ ମୁଖ୍ୟ ବକ୍ତା ଭାବେ ନାଟ୍ୟ ନିର୍ଦ୍ଦେଶକ ତଥା କବି ପଦ୍ମ ଲୋଚନ ମିଶ୍ର, ସମ୍ମାନିତ ଅତିଥି ଭାବେ ଯୁବ କବି ତଥା ଯୁଗ ଯାତ୍ରୀ ସାହିତ୍ୟ ସଂସଦର ସମ୍ପାଦକ ହେମନ୍ତ ସାହୁ ଯୋଗ ଦେଇଥିଲେ । କବି ଶରତ ଭୋଇ ମଞ୍ଚ ପରିଚାଳନା ତଥା କବି ମଧୁସୂଦନ ରାଉତ, ଅନୀଲ କୁମାର ସାହୁ, ଝରଣା ପ୍ରଧାନୀ କବିତା ସଂଯୋଜନା କରିଥିଲେ । ଏହି କବି ସମ୍ମିଳନୀରେ ବରିଷ୍ଠ କବି ଗୋପାଳ କୃଷ୍ଣ ମିଶ୍ର, କୁମୁଦ ନାଏକ, ଗଣପତି ନାୟକ, ମାନସ ରଞ୍ଜନ ପ୍ରହରାଜ, ଶିବରାମ ସାହୁ, ଅରୁଣ ପ୍ରଧାନୀ, ବିକ୍ରମ ବେହେରା, ହିମାଞ୍ଚଳ ସାହୁ, ନୀଳକଣ୍ଠ ଦଣ୍ଡସେନା ପ୍ରମୁଖ କବିତା ପାଠ କରିଥିଲେ । ସମସ୍ତ କାର୍ଯ୍ୟକ୍ରମ ପରିଚାଳନାରେ ସାହିତ୍ୟ ନାଟକ କଳା ପରିଷଦର ସଭାପତି ଗୋଲକ ବିହାରୀ ଭୋଇ, ସମ୍ପାଦକ ପ୍ରକାଶ ଭୋଇଙ୍କ ସମେତ ଅନ୍ୟମାନେ ସୁରେଶ ଜାଲ, ସତ୍ୟ ଭୋଇ, ଯଦୁମଣି ସେଲମା ଏବଂ ପରିଷଦର ସମସ୍ତ ସଦସ୍ୟ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ।

jayashree
Leave A Reply

Your email address will not be published.