ପିକୋଲ ଜଙ୍ଗଲରେ ବୁଲୁଛି କଲରାପତରିଆ ବାଘ

ଝାରସୁଗୁଡା : ଝାରସୁଗୁଡା ଜିଲ୍ଲା ଲଖନପୁର ବ୍ଲକ, ବେଲପାହାଡ ଫରେଷ୍ଟ ରେଞ୍ଜ ଅଧୀନ ପିକୋଲ ଜଙ୍ଗଲରେ କଳରାପତରିଆ ବାଘ ଦେଖାଦେଇଛି । ଏହି କଲରାପତରିଆ ବାଘର ଫୁଟେଜ ଗତ ୧୪ ତାରିଖ ପିକୋଲ ଜଙ୍ଗଲରେ ଲାଗିଥିବା ଟ୍ରାପ କ୍ୟାମେରାରୁ ମିଳିଥିଲା । ବର୍ତ୍ତମାନ ମଧ୍ୟ କଳରାପତରିଆ ବାଘଟି ପିକୋଲ ଜଙ୍ଗଲରେ ଥିବା ଝାରସୁଗୁଡା DFO ସୂଚନା ଦେଇଛନ୍ତି । ଦୀର୍ଘ ୨ବର୍ଷ ପରେ ଝାରସୁଗୁଡା ଜିଲ୍ଲାରେ ପୁଣି କଲରାପତରିଆ ଦେଖିବାକୁ ମିଳିଥିବା ବେଳେ ସୁନ୍ଦରଗଡ଼ ଜିଲ୍ଲା ହିମଗିର ଜଙ୍ଗଲରୁ ଏହା ଆସିଥାଇ ପାରେ ବୋଲି ଅନୁମାନ କରାଯାଉଛି । ଅନ୍ୟପଟେ ପିକୋଲ ଜଙ୍ଗଲରେ ବାଘ ଥିବା ଜାଣି ଆଖପାଖ ଗ୍ରାମବାସୀ ଭୟଭିତ ଥିବାବେଳେ ବନବିଭାଗ କଳରାପତରିଆ ଉପରେ ତୀକ୍ଷ୍ଣ ନଜର ରଖିଛି ।

Leave A Reply

Your email address will not be published.