ବଡ଼ବାପା ହାଣି ଦେଲା କଟୁରୀରେ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଡ଼ବାପାର ଆକ୍ରମଣ ଦୁଇ ଜଣ ଶିଶୁ ଗୁରୁତର ଆହତ ହୋଇଥିବା ଭଳି ଏକ ଖବର ଆସିଛି । ମିଳିଥିବା ସୂଚନା ଅନୁସାରେ ବେଲପଡ଼ା ଥାନା ଅନ୍ତର୍ଗତ ଗଦିମାଲ୍‌ ଗାଁରେ ଗତ ରାତିରେ ଘଟିଛି ଏଭଳି ଏକ ଅଭାବନୀୟ ଘଟଣା । ବାରୁ ହାତୀ(୪୬) ନାମକ ଜଣେ ବ୍ୟକ୍ତି ନିଜର ସାନ ଭାଇର ଦୁଇ ସନ୍ତାନ ଶୁଭମ୍‌ ହାତୀ(୧୩) ଓ ମୋହିନୀ ହାତୀ (୮)ଙ୍କୁ କଟୁରୀରେ ଆକ୍ରମଣ କରି ଲହୁଲୁହାଣ କରି ଦେଇଥିବା ଜଣାପଡ଼ିଛି । ଦିଆଯାଇଥିବା ସୂଚନା ଅନୁସାରେ ବାରୁ ହାତୀ ଗତ ରାତିରେ ନିଶାସକ୍ତ ଅବସ୍ଥାରେ ଆସି ନିଜ ସାନ ଭାଇଙ୍କ ଘରେ ଟିଭି ଦେଖୁଥିବା ସମୟରେ ଦୁଇ ଭାଇଙ୍କ ମଧ୍ୟରେ ଯୁକ୍ତିତର୍କ କଥା କଟାକଟି ଆରମ୍ଭ ହୋଇଥିଲା । ଏତିକି ବାରୁ ହାତୀ ଉତ୍‌କ୍ଷିପ୍ତ ହୋଇ ଏକ କଟୁରୀ ସାହାଯ୍ୟ ସାନ ଭାଇଙ୍କ ଦୁଇ ସନ୍ତାନଙ୍କୁ ଆକ୍ରମଣ କରି ଲହୁଲୁହାଣ କରି ପକାଇଥିଲା । ଦୁଇ ସନ୍ତାନଙ୍କ ମୁଣ୍ଡରେ ଓ ମୁହଁରେ ଗଭୀର ଆଘାତ ଲାଗିଥିବା କୁହାଯାଇଛି । ତେବେ ଉଭୟ ଶିଶୁଙ୍କୁ ଉଦ୍ଧାର କରି ତୁରନ୍ତ ବେଲପଡ଼ା ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିବା ବେଳେ ସେମାନଙ୍କ ଅବସ୍ଥା ଗୁରୁତର ଥିବାରୁ ବଲାଙ୍ଗିରକୁ ରେଫର୍‌ କରାଯାଇଥିଲା । ଏବେ ଉଭୟ ଶିଶୁ ବଲାଙ୍ଗିର ଭୀମଭୋଇ ମେଡ଼ିକାଲ କଲେଜ ଓ ହସ୍‌ପିଟାଲ୍‌ର ସର୍ଜରୀ ୱାର୍ଡରେ ଚିକିତ୍ସାଧୀନ ଥିବା ଜଣାପଡ଼ିଛି । ବେଲପଡ଼ା ଥାନା ପୋଲିସ ଘଟଣାର ତଦନ୍ତ କରୁଥିବା ସୂଚନା ମିଳିଛି ।

Leave A Reply

Your email address will not be published.