csstore

ଭାରତୀୟ ରିଜର୍ଭ ବ୍ୟାଙ୍କ ପକ୍ଷରୁ ଜିଲ୍ଲା ସଦର ମହକୁମାରେ ୱାକାଥନ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଜନସାଧାରଣଙ୍କ ମଧ୍ୟରେ ଜନ ସଚେତନତା ସୃଷ୍ଟି କରିବା ଉଦ୍ଦେଶ୍ୟରେ ଡିସେମ୍ବର ୧୭.୨୦୨୩ ରେ ବଲାଙ୍ଗିର ଜିଲ୍ଲା ମୁଖ୍ୟ କାର୍ଯ୍ୟାଳୟରେ ଭାରତୀୟ ରିଜର୍ଭ ବ୍ୟାଙ୍କ ଭୁବନେଶ୍ୱର କାର୍ଯ୍ୟାଳୟ ପକ୍ଷରୁ ଆର୍ଥିକ ସାକ୍ଷରତା ଏବଂ ସଚେତନତା ଉପରେ ଏକ ୱାକାଥନ୍‌ କରାଯାଇଥିଲା । ଏହି ୱାକାଥନ୍‌ ପିଆର୍‌ ହାଇସ୍କୁଲ ପଡିଆ ବଲାଙ୍ଗିରରୁ ଆରମ୍ଭ ହୋଇ ବଲାଙ୍ଗିର ଲ- କଲେଜେଠାରେ ଶେଷ ହୋଇଥିଲା ଏବଂ ଏଥିରେ ବିଭିନ୍ନ ଟାର୍ଗେଟ ଗୋଷ୍ଠୀ ଯଥା ଛାତ୍ର ଛାତ୍ରୀ, ସ୍ୱୟଂ ସହାୟକ ଗୋଷ୍ଠୀ, ଉଦ୍ୟୋଗୀ, କୃଷକ, ବରିଷ୍ଠ ନାଗରିକ ପ୍ରମଖୁଙ୍କ ମଧ୍ୟରୁ ପ୍ରାୟ ୩୦୦ ଜଣ ଅଂଶଗ୍ରହଣ କରିଥିଲେ । ୱାକାଥନ ପରେ ଏକ କ୍ଷେତ୍ରସ୍ତରୀୟ ଆର୍ଥିକ ସାକ୍ଷରତା କାର୍ଯ୍ୟକ୍ରମ (ଏଫ୍‌ଏଲ୍‌ଏଫ୍‌ଏଲ୍‌ଇ) ଅନୁଷ୍ଠିତ କରାଯାଇଥିଲା । ଯେଉଁଥିରେ ଭାରତୀୟ ରିଜର୍ଭ ବ୍ୟାଙ୍କ ଭୁବନେଶ୍ୱର କାର୍ଯ୍ୟାଳୟର ବିଭିନ୍ନ ଅଧିକାରୀଙ୍କ ଦ୍ୱାରା ସାଇବର ସିକ୍ୟୁରିଟି, ଡିଜିଟାଲ ବ୍ୟାଙ୍କିଙ୍ଗ, ବିଭିନ୍ନ ପ୍ରକାରର ଠକେଇ, ବ୍ୟାଙ୍କରେ ଅଭିଯୋଗ ସମାଧାନର ବ୍ୟବସ୍ଥା ଇତ୍ୟାଦି ଉପରେ ଅଧିବେଶନ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ଭାରତୀୟ ରିଜର୍ଭ ବ୍ୟାଙ୍କର ଜେନେରାଲ ମ୍ୟାନେଜର ଅନିତା ପଟ୍ଟନାୟକ, ଡେପୁଟି ଜେନେରାଲ ମ୍ୟାନେଜର ମାରୁତ ପ୍ରକାଶ ବେହେରା, ବଲାଙ୍ଗିର ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଋଷିକେଶ ଡି ଖିଲାରି, ଭାରତୀୟ ରିଜର୍ଭ ବ୍ୟାଙ୍କର ଅଧିକାରୀ ପ୍ରଶାନ୍ତ କୁମାର ଜେନା, ସନ୍ତୋଷ କୁମାର ମିଶ୍ର ଓ ରଶ୍ମି ରଂଜନ ସାହୁ ପ୍ରମୁଖ ବୈଠକରେ ଉପସ୍ଥିତ ଥିଲେ । କାନାରା ବ୍ୟାଙ୍କ ଓ ଅନ୍ୟାନ୍ୟ ବ୍ୟାଙ୍କ ଏହି କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିଲେ ।

jayashree
Leave A Reply

Your email address will not be published.