ଗେଡ଼ାବାଂଜି ଛକରେ ଲୁଟ୍‌ କରିଥିବା ଅଭିଯୁକ୍ତଙ୍କୁ ଗିରଫ କଲା ବଲାଙ୍ଗିର ସଦର ପୋଲିସ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଗତକାଲି ବିଳମ୍ବିତ ରାତିରେ ବଲାଙ୍ଗିର ସଦର ଥାନା ଅନ୍ତର୍ଗତ ଗେଡ଼ାବାଂଜି ଛକରେ ସନ୍ତୋଷ ମଲ୍ଲିକଙ୍କଠାରୁ ଜଣେ ଦୁର୍ବୃତ୍ତ ୫ ହଜାର ଟଙ୍କା ଲୁଟ୍‌ କରି ନେଇଥିବା ସଂପର୍କରେ ସଦର ଥାନାରେ ଅଭିଯୋଗ ହେବା ପରେ ସଦର ପୋଲିସ ଲୁଟ୍‌ କରିଥିବା ଯୁବକଙ୍କୁ ତୁରନ୍ତ ଗିରଫ୍‌ କରିବାରେ ସଫଳ ହୋଇଥିବା ଜଣାପଡ଼ିଛି । ଗିରଫ ଅଭିଯୁକ୍ତ ବଲାଙ୍ଗିର ସଦାଇପାଲିର ଗଣେଶ୍ୱର ମୁଗ୍ରୀ(୨୬) ବୋଲି ପୋଲିସ ପକ୍ଷରୁ ସୂଚନା ମିଳିଛି । ଗିରଫ ଗଣେଶ୍ୱରଙ୍କ ପାଖରୁ ଲୁଟ୍‌ କରିଥିବା ୫ ହଜାର ଟଙ୍କା ମଧ୍ୟ ପୋଲିସ ଉଦ୍ଧାର କରିଥିବା ବେଳେ ଅଭିଯୁକ୍ତଙ୍କୁ ଆଜି କୋର୍ଟ ଚାଲାଣ କରାଯାଇଥିବା ସୂଚନାରେ କୁହାଯାଇଛି ।

Leave A Reply

Your email address will not be published.