oom

ପୃଥ୍ୱୀରାଜ ଉଚ୍ଚବିଦ୍ୟାଳୟ ୨୦୦୨ ମେଟ୍ରିକ୍‌ ବ୍ୟାଚ୍‌ର ବନ୍ଧୁମିଳନ ଅନୁଷ୍ଠିତ

jsmm

ବଲାଙ୍ଗିର, (କେପିଏନ୍‌ଏସ୍‌) : ସ୍ଥାନୀୟ କଦଳୀମୁଣ୍ଡା ଫରେଷ୍ଟ ନର୍ସରିରେ ପୃଥ୍ୱୀରାଜ ଉଚ୍ଚ ବିଦ୍ୟାଳୟ ୨୦୦୨ ମେଟ୍ରିକ୍‌ ବ୍ୟାଚ୍‌ର ବନ୍ଧୁମିଳନ ଅନୁଷ୍ଠିତ ହୋଇଯାଇଛି । ଏଥିରେ ପୃଥ୍ୱୀରାଜ ଉଚ୍ଚ ବିଦ୍ୟାଳୟ ୨୦୦୨ ମେଟ୍ରିକ ବ୍ୟାଚ୍‌ର ବହୁ ପୁରାତନ ଛାତ୍ର ଯୋଗ ଦେଇଥିବା ବେଳେ ଜିଲ୍ଲା ତଥା ରାଜ୍ୟ ବାହାରେ ଚାକିରୀ କରୁଥିବା ଅନେକ ବନ୍ଧୁ ଯୋଗ ଦେଇଥିଲେ । ବିଗତ ଦୁଇ ବର୍ଷ ବ୍ୟବଧାନରେ ଆକସ୍ମିକ ଭାବେ ସ୍ଵର୍ଗାରୋହଣ କରିଥିବା ଦିବଂଗତ ପାଞ୍ଚ ଜଣ ବନ୍ଧୁ ସ୍ୱର୍ଗୀୟ ବିବେକାନନ୍ଦ ବେହେରା, ସ୍ୱର୍ଗୀୟ ବିପିନ ବେହେରା, ସ୍ୱର୍ଗୀୟ ଶିବାଶିଷ ନାଏକ, ସ୍ୱର୍ଗୀୟ ରାଜେଶ ବାଗ ଏବଂ ସ୍ୱର୍ଗୀୟ ଶଶାଙ୍କ ଶେଖର ମଟାରୀଙ୍କ ସ୍ମୃତିରେ ସମସ୍ତେ ମିଶି ପ୍ରଥମେ ଦୁଇ ମିନିଟ ନୀରବ ପ୍ରାର୍ଥନା କରିବା ସହିତ ଏକ ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ କରାଯାଇଥିଲା । ପରେ ଆଗାମୀ ଦିନରେ ସମସ୍ତ ବନ୍ଧୁ ମିଶି ପିଆର୍‌ ହାଇସ୍କୁଲ ପରିଦର୍ଶନରେ ଯାଇ ମୋ ସ୍କୁଲ କମିଟିରେ ସାମିଲ ହେବା ଏବଂ ସମସ୍ତ ବନ୍ଧୁ ମିଶି ଏକ ସ୍ୱତନ୍ତ୍ର ପାଣ୍ଠି ଗଠନ କରିବା ବିଷୟରେ ଆଲୋଚନା କରାଯାଇଥିଲା । ବାହାରେ ରହୁଥିବା କିଛି ବନ୍ଧୁ ବ୍ୟକ୍ତିଗତ କାରଣରୁ ଏହି କାଯ୍ୟାକ୍ରମରେ ଯୋଗ ଦେଇ ପାରି ନ ଥିବାରୁ ଭିଡିଓ କଲ ମାଧ୍ୟମରେ ନିଜର ମତାମତ ରଖିଥିଲେ । ବଣଭୋଜି, ନାଚଗୀତର ଆସର ଜମିବା ପରେ ଶେଷରେ ସମସ୍ତେ ପରସ୍ପରକୁ ଅଭିବାଦନ ଜଣାଇବା ସହିତ ଏକ ଭାବବିହ୍ଵଳ ପରିବେଶରେ ନିଜ ନିଜ ସ୍ଥାନକୁ ଫେରିଥିଲେ ।

jittmm
Leave A Reply

Your email address will not be published.