jsm

ଜିଲ୍ଲାସ୍ତରୀୟ କନିଷ୍ଠ ରେଡ଼କ୍ରସ ଶିକ୍ଷା ଓ ପ୍ରଶିକ୍ଷଣ ଶିବିର ଉଦ୍‌ଘାଟିତ

csstore

ସୁବର୍ଣ୍ଣପୁର, (କେପିଏନ୍‌ଏସ୍‌) : ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ଗଣପତି ଆଦର୍ଶ ଶିକ୍ଷାନିକେତନଠାରେ ୧୭ତମ ସୁବର୍ଣ୍ଣପୁର ଜିଲ୍ଲାସ୍ତରୀୟ କନିଷ୍ଠ ରେଡ଼କ୍ରସ ଶିକ୍ଷା ଓ ପ୍ରଶିକ୍ଷଣ ଶିବିର ଗତକାଲି ଉଦ୍‌ଘାଟିତ ହୋଇଯାଇଛି । ସୁବର୍ଣ୍ଣପୁର ଜିଲ୍ଲା ପରିଷଦ ଅଧ୍ୟକ୍ଷା ଶ୍ରୀମତୀ ସୁପାର ଠେଲା ମୁଖ୍ୟ ଅତିଥି ଭାବେ ଯୋଗଦାନ କରି ଶିବିରକୁ ଉଦ୍‌ଘାଟନ କରିଥିଲେ । ଜିଲ୍ଲାର ୬ଗୋଟି ବ୍ଲକରୁ ୩୯୨ଜଣ ଜୁନିୟର ଓ ୧୨୭ ଜଣ ମାର୍ଗ ଦର୍ଶକ ପ୍ରଶିକ୍ଷାର୍ଥୀ ଭାବେ ଏହି ଶିବିରରେ ଯୋଗ ଦେଇଛନ୍ତି । ଜୁନିୟର ରେଡ଼କ୍ରସ ଅଫିସର ରବିଚନ୍ଦ୍ର ପଶାୟତଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ପରିଚାଳିତ ପ୍ରଶିକ୍ଷଣ ଶିବିରରେ ଜିଲ୍ଲା ଶିକ୍ଷା ଅଧିକାରୀ ଲକ୍ଷ୍ମଣ ଭୋଇ, ଅତିରିକ୍ତ ଜିଲ୍ଲା ଶିକ୍ଷାଧିକାରୀ ଡ. ରାଧାକାନ୍ତ ଗଡତିଆ, ବରିଷ୍ଠ ଗୋଷ୍ଠୀ ଶିକ୍ଷା ଅଧିକାରୀ ଶାନ୍ତନୁ କୁମ୍ଭକାର, ଜୁନିୟର ରେଡ଼କ୍ରସର ଉପସଭାପତି ଗତିକୃଷ୍ଣ ମିଶ୍ର ପ୍ରମୁଖ ଯୋଗଦାନ କରି ଭଲ ମଣିଷ ହୋଇ ସେବାରେ ବ୍ରତୀ ହେବାକୁ ପ୍ରଶିକ୍ଷାର୍ଥୀମାନଙ୍କୁ ଆହ୍ୱାନ କରିଥିଲେ । ଆଜି ଶିବିରର ଦ୍ୱିତୀୟ ଦିବସରେ ବ୍ରହ୍ମପୁରରୁ ଆସିଥିବା ବରିଷ୍ଠ ସାଧନକର୍ମୀ ସରୋଜ କାନ୍ତ ରଥ, ପୂର୍ବତନ ଜୁନିୟର ରେଡ଼କ୍ରସ ଅଫିସର ସୁରେଶ ପଧାନ ପ୍ରଶିକ୍ଷାର୍ଥୀମାନଙ୍କୁ ମାନବିକ ମୂଲ୍ୟବୋଧ ଭିତ୍ତିକ ଶିକ୍ଷା ପ୍ରଦାନ କରିଛନ୍ତି । ଆଜି ପ୍ରଶିକ୍ଷାର୍ଥୀଙ୍କ ମଧ୍ୟରେ ରଚନା, ପେଣ୍ଟିଂ, କୁଇଜ୍, ବକ୍ତୃତା, ନୃତ୍ୟ ଆଦି ପ୍ରତିଯୋଗିତା ରହିଥିବା ବେଳେ ଆସନ୍ତା କାଲି ତା୧୮-୧୨-୨୦୨୩ରିଖ ସନ୍ଧ୍ୟାରେ ଏହା ଉଦ୍‌ଯାପିତ ହେବ ବୋଲି ବିଭାଗୀୟ ପଦାଧିକାରୀମାନେ ସୂଚନା ପ୍ରଦାନ କରିଛନ୍ତି ।

yuvodaya
Leave A Reply

Your email address will not be published.